ଭୋଇପାଲିରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ : ୪୧ ୟୁନିଟ ରକ୍ତ ସଂଗ୍ରହ

ଲୋଇସିଂହା, (କେପିଏନ୍‌ଏସ୍‌) : ପ୍ରବାଦ ପୁରୁଷ ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ଲୋଇସିଂହା ବ୍ଲକ ବିଜେଡି ପକ୍ଷରୁ ଜୀବନବିନ୍ଦୁ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଲକର ଉପରବାହାଲ ପଞ୍ଚାୟତ ଅଧିନ ଭୋଇପାଲି ଗ୍ରାମ ଠାରେ ଏହି ଅବସରରେ ଆୟୋଜିତ ରକ୍ତଦାନ ଶିବିରରେ ମୋଟ ୪୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଓଡିଶା ମୋ ପରିବାର ଆନୁକୂଲ୍ୟରେ ତଥା ବିଜେଡି ରାଜ୍ୟ ପରିଷଦ ସଭ୍ୟ ନିହାର ରଂଜନ ବେହେରାଙ୍କ ତତ୍ୱବାଧାନରେ ଆୟୋଜିତ ଏହି ଶିବିରରେ ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ନେହେରୁ ବିଶ୍ୱାଳ, ବିଜୁ ଛାତ୍ର ଜନତା ଦଳର ଉପସଭାପତି ଟିବୁଲୁ କଦମ, ଯୁବ ଜନତା ଦଳର ଲୋଇସିଂହା ବ୍ଲକ ସଭାପତି ପ୍ରକାଶ ମହାରଣା, କାର୍ୟ୍ୟକାରୀ ସଭାପତି ଅନନ୍ତ ସାହୁ, ସରୋଜ ବେହେରା, ସରୋଜ ମହାକୁର, ପ୍ରଦୀପ ସାହୁ, ଆଇଟି ସେଲର ଅଂଶୁମାନ ଗୁରୁ, ଦିଲୀପ ମନହୀରା ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ବଲାଂଗିର ରକ୍ତଭଣ୍ଡାରର ସେକ ଅଶରଫ ଅଲ୍ଲୀ, ଅକ୍ଷୟ ବାଗ, ଅଜିତ ସାହୁ, ସୌଭାଗ୍ୟ ମହାପାତ୍ର ଓ ଡ଼ ଦୀପକ ସେନ ଯୋଗଦେଇ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.