ସୋନପୁର ମହାବିଦ୍ୟାଳୟ ଓଡିଆ ବିଭାଗ ତରଫରୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୋନପୁର ମହାବିଦ୍ୟାଳୟ ଓଡିଆ ବିଭାଗ ତରଫରୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଅଦ୍ୟ ତା୨୫/୮/୨୧ ଥିବା ୧୧ଘଣ୍ଟା ସମୟରେ ପାଳିତ ହୋଇଯାଇଛି । ବିଭାଗୀୟ ମୁଖ୍ୟ ଡକ୍ଟର ସୌରଭ ରଞ୍ଜନ ଖମାରୀଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଇଂରାଜୀ ବିଭାଗ ପ୍ରାଧ୍ୟାପିକା କଳ୍ପନା ମିଶ୍ର ଯୋଗଦେଇ ଗଙ୍ଗାଧର ମେହେରଙ୍କୁ ଏକ ବିଶ୍ଵ ଚେତନାର କବି ଭାବେ ଅଭିହିତ କରିଥିଲେ । ଛାତ୍ର ଛାତ୍ରୀମାନଙ୍କୁ ମଧ୍ୟରୁ ଶେଷ ବର୍ଷ ଓଡିଆ ସମ୍ମାନ ଛାତ୍ର କୃପାସିନ୍ଧୁ ବେହେରା ଓ ଆଲୋକ ମାଝୀ ଗଙ୍ଗାଧର ମେହେରଙ୍କ କାବ୍ୟ କୃତି ସମ୍ପର୍କରେ ବକ୍ତବ୍ୟ ରଖିଥିବା ବେଳେ ଛାତ୍ରୀ ଖୁସ୍‌ବୁ ପ୍ରଧାନ, ଗୀତାରାଣୀ ମୁଣ୍ଡା, ଚୁମ୍‌କି ଭୋଇ, ପ୍ରାରମ୍ଭିକ ସଂଗୀତରେ କବିଙ୍କ ରଚନା ବିଶ୍ବ ଦେଖ ମଧୁମୟ ଗାନ କରିଥିଲେ । ଅଧ୍ୟାପକ ମୀନକେତନ କୁମ୍ଭାର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ ଓ ଛାତ୍ର ସତ୍ୟ ନାରାୟଣ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ । ବିଭାଗର ଅନ୍ୟ ଛାତ୍ର ଛାତ୍ରୀ ମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଏହାକୁ ସଫଳ କରିଥିଲେ ।

Leave A Reply

Your email address will not be published.

2 × two =