ବାପା-ପୁଅ ସାଙ୍ଗ ହୋଇ କରୁଥିଲେ ଲୁଟ୍ : ଗିରଫ କଲା ପୋଲିସ, ୮୦ଟି ମୋବାଇଲ ଜବତ

ଉଦଳା : ବାପା-ପୁଅ ସାଙ୍ଗ ହୋଇ କରୁଥିଲେ ଲୁଟ୍‌, ଗିରଫ କଲା ପୋଲିସ । ସେମାନଙ୍କ ନିକଟରୁ ୮୦ ଟି ମୋବାଇଲ୍ ପୋଲିସ ଜବତ କରିଛି । ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି । ବାପା- ପୁଅ ଓ ପୁଅର ସାଙ୍ଗକୁ ଗିରଫ କରିଛି । ସୂଚନା ଅନୁସାରେ ଗତ ୧୩ ତାରିଖରେ ଖୁଂଟା ବଜାରରେ ଥିବା ଏକ ମୋବାଇଲ୍ ଦୋକାନରେ ଲୁଟ୍ ହୋଇଥଲା । ଥାନାରେ ଅଭିଯୋଗ ହେବା ପରେ ପୋଲିସ୍ ତଦନ୍ତ କରିଥିଲା । ଶୁକ୍ରବାର ରାତିରେ କେନ୍ଦୁଆମୁଣ୍ଡି ଗ୍ରାମର ବାପା ସୁଭାକର ମହାକୁଡ, ପୁଅ ଯତିନ୍ଦ୍ର ମହାକୁଡ ଓ ଯତିନ୍ଦ୍ରଙ୍କ ସହଯୋଗୀ ତଥା ସାଙ୍ଗ ଚତୁରଶିଳା ଗ୍ରାମର ସତ୍ୟବାନ ବେହେରାଙ୍କୁ ମଧ୍ୟ ପୋଲିସ୍ ଗିରଫ କରିଛି । ଏହି ଲୁଟେରା ବାପା ଏବଂ ପୁଅ ପୁରା ଘଟଣାର ମାଷ୍ଟର ମାଇଣ୍ଡ ରହିଛନ୍ତି । ସେମାନେ ମୋବାଇଲ୍ ଲୁଟ୍ କରି ନେଇ କପ୍ତିପଦା ଥାନା ପୋଡାଡିହା ଗ୍ରାମରେ ଲୁଚାଇ ରଖିଥିଲେ । ପୋଲିସ୍ ସେମାନଙ୍କୁ ଧରିବା ପରେ ସେମାନଙ୍କ ନିକଟରୁ ୮୦ ଗୋଟି ଚୋରି ମୋବାଇଲ୍ ଜବତ କରିଛି । ଯାହାର ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଅଧିକ ହେବ ।

Leave A Reply

Your email address will not be published.

3 × 1 =

error: Content is protected !!