ବସ୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା : ୨ ଗୁରୁତର, ୩୫ ଆହତ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବରପାଲି ମେହେରପଡା ନିକଟରେ ଓଏସ୍ଆର୍‌ଟିସି ବସ୍ ଓ ମାଲ ବୋଝେଇ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡିଛି । ବସ୍‌ର ସମ୍ମୁଖ ଭାଗ ଭାଙ୍ଗି ଯାଇ ଚୁରୁମାର୍ ହୋଇଯାଇଛି । ସେହିଭଳି ଟ୍ରକ୍ କ୍ୟାବିନ୍ ଦୁର୍ଘଟଣାରେ ଭାଙ୍ଗି ଯାଇଛି । ଜୋର୍‌ଦାର୍‌ ଧକ୍କାରେ ଉଭୟ ଗାଡ଼ିର ଡ୍ରାଇଭର ସମେତ ବସରେ ଥିବା ୩୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ପୋଲିସ ଓ ଅଗ୍ନିଶମ ଟିମ୍ ସହ ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରାଯାଇ ବରପାଲି ମେଡିକାଲରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.

16 + seventeen =