ଟ୍ରାକ୍ଟରକୁ ପଛରୁ ଧକ୍କା ଦେଲା ମାଲ୍ ବୋଝେଇ ଟ୍ରକ : ୨ ମୃତ, ୨ ଗୁରୁତର

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଳା ଏନ୍‌ଏଚ୍- ୩୫୩ କୁରୁମପୁରୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଥିବା ଜଣାପଡିଛି । ଟ୍ରାକ୍ଟରକୁ ପଛରୁ ଧକ୍କା ଦେଲା ମାଲ୍ ବୋଝେଇ ଟ୍ରକ । ଘଟଣାସ୍ଥଳରେ ଦୁଇ ମୃତ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ‌ଲଖନା ପୋଲିସ ଓ ନୂଆପଡା ଅଗ୍ନିଶମ ବିଭାଗ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ନୂଆପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ସୂଚନା ମିିଳିଛି । ସୂଚନା ମୁତାବିକ, ନୂଆପଡ଼ା ଖରଖରା ନାଲାରୁ କାମସାରି ଫେରୁଥିଲା ଟ୍ରାକ୍ଟର । କୁରୁମପୁରୀ ନିକଟରେ ଟ୍ରାକ୍ଟରକୁ ପଛରୁ ମାଲ୍ ବୋଝେଇ ଟ୍ରକ ଧକ୍କା ଦେଇଥିଲା । ଦୁର୍ଘଟଣା ଜୋର୍‌ଦାର୍‌ ହୋଇଥିବାରୁ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ମୃତକମାନେ ହେଲେ ଧୁମାଭଟା ଗାଁର କୁରକୁରୁ ନିଆଲ ଓ ପଣ୍ଡରାପଥର ଗାଁର ଭାଗିରଥୀ ସତନାମି । ସେହିପରି ଗୁରୁତରଙ୍କ ମଧ୍ୟରୁ ଜଣଙ୍କୁ ନୂଆପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିବା ବେଳେ ଅନ୍ୟ ଜଣଙ୍କୁ ବୁର୍ଲା ବଡ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ତେବେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଜଣଙ୍କ ଛାତିରେ ପାଇପ ପଶି ଯାଇଥିଲା । ପାଇପ କାଟି ତାଙ୍କୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ ।

Leave A Reply

Your email address will not be published.

three × 5 =

error: Content is protected !!