pakka

ରେଢ଼ାଖୋଲ ଉପଖଣ୍ଡରେ ହାତୀ ଉପଦ୍ରବ : ସାଇକେଲରୁ କକା-ପୁତୁରାଙ୍କୁ ଟାଣି ଆଣି ଦଳି ଦେଲା

bbehera

ରେଢ଼ାଖୋଲ : ଦିନକୁ ଦିନ ହାତୀ ଉପଦ୍ରବ ବଢିବାରେ ଲାଗିଥିବା ବେଳେ ଗତକାଲି ସନ୍ଧ୍ୟାରେ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ରେଢ଼ାଖୋଲ ରେଞ୍ଜ୍ ଖୋଲଗଡ଼ ସଂରକ୍ଷିତ ଜଙ୍ଗଲ ରାସ୍ତାରେ କକା-ପୁତୁରାଙ୍କୁ ଟାଣି ଆଣି ଦଳି ଦେଇଛି ହାତୀ । ସୂଚନା ଯୋଗ୍ୟ ଯେ, ରେଢ଼ାଖୋଲ ଏନ୍ଏସିର ଡିମିରିକୁଦର ଗାଁର କକା-ପୁତୁରା ଗତକାଲି ସନ୍ଧ୍ୟାରେ କୌଣସି କାମରେ ଯାଉଥିବା ବେଳେ ରାସ୍ତା ପାର ହେଉଥିଲା ହାତୀ । ଏହି ସମୟରେ ଉଭୟଙ୍କୁ ଦେଖି ଆକ୍ରମଣ କରି ଦଳି ଦେଇଥିଲା । ଫଳରେ ସେମାନଙ୍କ ମୃତ୍ୟୁ ହୋଇଥିଲା । ଉଭୟ କକା-ପୁତୁରା ନ ଫେରିବାରୁ ପରିବାର ଲୋକ ଖୋଜାଖୋଜି କରିଥିବା ବେଳେ ଆଜି ସକାଳେ ଜଙ୍ଗଲ ପାଖରେ ସାଇକେଲ୍ ପଡ଼ିଥିବା ଦେଖି ଖୋଜାଖୋଜି କରିଥିଲେ । ପରେ ଖବରପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଜଙ୍ଗଲ ଭିତରୁ ସେମାନଙ୍କ ମୃତଦେହକୁ ଉଦ୍ଧାର କରିଥିବା ଜଣାପଡିଛି । ମୃତ ଦୁଇ କକା ପୁତୁରା ହେଲେ ଦୁଃଶାସନ ଭୋଇ (୨୬), ଲତିକ ଭୋଇ (୫) ।

Leave A Reply

Your email address will not be published.

1 × one =