pakka

ବଜ୍ରପାତରେ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

bbehera

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଳକ ଜଗନାଥପୁର ପଞ୍ଚାୟତ ଅନ୍ତର୍ଗତ ଗୌଡ଼କଷ୍ଟିଗୁଡା ଗ୍ରାମର ବଜ୍ରପାତରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ଗୁରୁତର ହୋଇଥିବା ଜଣାପଡିଛି । ମୃତକ ଜଣକ ହେଲେ ଗୌଡ଼କଷ୍ଟିଗୁଡା ଗ୍ରାମର ଦୁତିକା ନାୟକ । ସୂଚନା ଅନୁସାରେ ନନ୍ଦାହାଣ୍ଡି ବ୍ଲକ ଜଗନାଥପୁର ପଞ୍ଚାୟତ ଅନ୍ତର୍ଗତ ଗୌଡ଼କଷ୍ଟିଗୁଡା ଗ୍ରାମର ଚନ୍ଦ୍ର ନାୟକ ଓ ତାଙ୍କ ସ୍ତ୍ରୀ ଦୁତିକା ନାୟକ ନିଜ ଜମିରେ ତଳି ପକାଇବାକୁ ଯାଇଥିଲେ । ଏହି ସମୟରେ ବଜ୍ରପାତ ହୋଇଥିଲା । ଏଥିରେ ସ୍ତ୍ରୀ ଦୁତିକା ନାୟକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ଗୁରୁତର ହୋଇ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ତେନ୍ତୁଳିଖୁଣ୍ଟି ଡାକ୍ତର ତାଙ୍କୁ ନବରଙ୍ଗପୁର ସ୍ଥାନାନ୍ତରଣ କରିଥିଲେ । ୧୦୮ ଆମ୍ବୁଲାନ୍ସ ନ ମିଳିବାରୁ ଅଟୋ ଯୋଗେ ନବରଙ୍ଗପୁର ମେଡ଼ିକାଲ ନିଆଯାଇଥିଲା ।

Leave A Reply

Your email address will not be published.

13 − 1 =