pakka

ଜୁନ୍‌ ୨୬ରୁ ବିଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ୍‌ ୨୬-୨୮ରେ ବିଦେଶ ଗସ୍ତରେ ଯିବେ । ବୁଧବାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ସୂଚନା ଦେଇଛି । ମନ୍ତ୍ରଣାଳୟର ବିବୃତ୍ତି ଅନୁଯାୟୀ, ପ୍ରଧାନମନ୍ତ୍ରୀ ଜୁନ୍‌ ୨୬-୨୭ ଜର୍ମାନୀରେ ଅନୁଷ୍ଠିତ ଜି୭ ସମ୍ମିଳନୀରେ ଯୋଗଦେବା ପରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଯିବେ ।
ୟୁଏଇର ପୂର୍ବତନ ରାଷ୍ଟ୍ରପତି ତଥା ଆବୁଧାବିର ଶାସକ ଶେଖ ଖଲିଫା ବିନ ଜାଏଦ ଅଲ ନାହିନଙ୍କୁ ବ୍ୟକ୍ତିଗତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ।
ଏହାସହ ୟୁଏଇର ନୂତନ ରାଷ୍ଟ୍ରପତି ତଥା ଆବୁଧାବିର ଶାସକ ଭାବରେ ନିର୍ବାଚିତ ହୋଇଥିବା ଶେଖ ମହମ୍ମଦ ବିନ ଜାଏଦ ଅଲ ନାହିନଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇବେ । ଜୁନ ୨୮ ରାତିରେ ମୋଦି ୟୁଏଇରୁ ଫେରିବ । ଜି୭ ଶିଖର ବୈଠକରେ ଯୋଗଦେବା ପାଇଁ ଜର୍ମାନ ଚାନ୍ସେଲର ଓଲାଫ ସ୍କୋଲଜଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ମୋଦି ଜୁନ୍‌ ୨୬-୨୭ରେ ସ୍କୋଲ୍ସ ଏଲମାଉଙ୍କୁ ଯିବେ । ବୁଧବାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ସୂଚନା ଦିଆଯାଇଛି ।

Leave A Reply

Your email address will not be published.

nineteen − 18 =