ହରିୟାଣା ମ୍ୟୁନିସିପାଲିଟି ନିର୍ବାଚନରେ ଦମଦାର ବିଜୟ ହାସଲ କରିଛି ଭାରତୀୟ ଜନତା ପାର୍ଟି

ଚଣ୍ଡିଗଡ : ହରିୟାଣା ମ୍ୟୁନିସିପାଲିଟି ନିର୍ବାଚନରେ ଦମଦାର ବିଜୟ ହାସଲ କରିଛି ଭାରତୀୟ ଜନତା ପାର୍ଟି । ଗତ ରବିବାର ୧୮ କାଉନସିଲର୍‌ ଏବଂ ୨୮ଟି ନିଗମ ମୋଟ ୪୬ଟି ଆସନ ପାଇଁ ଭୋଟ ଗ୍ରହଣ ହୋଇଥିଲା । ଯେଉଁଥିରେ ବିଜେପି ୨୨ଟି ଆସନରେ ବିଜୟୀ ହୋଇଛି । ସେହିଭଳି ବିଜେପିର ସହଯୋଗୀ ଦଳ ଜନନାୟକ ଜନତା ପାର୍ଟି ୩ଟି ଆସନରେ ବିଜୟୀ ହୋଇଥିବା ଜଣାପଡିଛି । ବଡ କଥା ହେଉଛି ୧୯ଟି ଆସନରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ସେହିଭଳି ଆମ୍‌ ଆଦମୀ ପାର୍ଟି ଏବଂ ଇଣ୍ଡିଆନ୍‌ ନ୍ୟାସନାଲ ଲୋକଦଳ ଗୋଟିଏ ଲେଖାଏଁ ସିଟ୍‌ ହାତେଇବାକୁ ସକ୍ଷମ ହୋଇଛନ୍ତି । ବିଜେପି ଏବଂ ଜେଜେପି ମେଣ୍ଟ ୪୬ଟି ରୁ ୪୧ଟି ସିଟ୍‌ରେ ପ୍ରାର୍ଥୀ ଦେଇଥିଲେ । ଉଭୟ ଦଳ ସଂଯୁକ୍ତ ଭାବେ ୨୫ଟି ଆସନରେ ବିଜୟୀ ହେବାକୁ ସକ୍ଷମ ହୋଇଛନ୍ତି ଯାହାକି ମୋଟ ସିଟର ୬୧ ପ୍ରତିଶତ । ବଡ କ‌ଥା ହେଉଛି ମୋଟ ୪୬ଟି ଆସନରେ ନିର୍ବାଚନ ହୋଇଥିବା ବେଳେ ଗୋଟିଏ ହେଲେ ବି ସିଟ୍‌ରେ କଂଗ୍ରେସ ବିଜୟୀ ହେବାକୁ ସକ୍ଷମ ହୋଇନାହିଁ ।

ଦଳର ବିଜୟକୁ ନେଇ ବୟାନ ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟର । କହିଛନ୍ତି, ‘ଅଗ୍ନିପଥ ଯୋଜନାକୁ ନେଇ ବିରୋଧ ପ୍ରଦର୍ଶନ ନିର୍ବାଚନ ଫଳାଫଳ ଉପରେ କୌଣସି ପ୍ରଭାବ ପକାଇନାହିଁ । ଏହି ବିଜୟ ଦଳର ସମସ୍ତ ପରିଶ୍ରମୀ କାର୍ଯ୍ୟକର୍ତ୍ତାଙ୍କୁ ସମର୍ପିତ’ ।

Leave A Reply

Your email address will not be published.

13 − thirteen =