୨୮ଟି ପାନ ଦୋକାନରୁ ୫ ହଜାର ୪୦୦ ଟଙ୍କା ଜୋରିମାନା ଆଦାୟ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲା ଛତ୍ରପୁର ସହର ଓ ବାଇପାସ ଅଞ୍ଚଳରେ ଥିବା ସମସ୍ତ ପାନ ଦେକାନକୁ ଏକ ସ୍ପେଶାଲ ସ୍କ୍ବାଡ ଚଢ଼ାଉ କରି ଯାଞ୍ଚ କରିଛନ୍ତି । ସେଥିରୁ ୨୮ ପାନ ଦୋକାନରେ ଗୁଟ୍‌ଖା, ବିଡି, ସିଗାରେଟ, ଖଇନି ଆଦି ମାଦକ ଦ୍ରବ୍ୟ ବିକ୍ରି ହେଉଥିବା ଯାଞ୍ଚ ବେଳେ ସ୍କ୍ବାଡ ଦେଖିବାକୁ ପାଇଥିଲେ । ଉକ୍ତ ୨୮ ଦୋକାନୀଙ୍କ ଠାରୁ ୫ ହଜାର ୪୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି । ବ୍ରହ୍ମପୁରସ୍ଥିତ ସିଡିଏମ୍‌ଓ ଅଫିସର ଖାଦ୍ୟ ସୁରକ୍ଷା ଅଧିକାରୀ ଚିନ୍ମୟ ପାଢ଼ୀଙ୍କ ନେତୃତ୍ୱରେ ଏକ ସ୍କ୍ବାଡ ଟିମ୍‌ ଏହି ଚଢ଼ାଉ କରି ପାନ ଦୋକାନଗୁଡ଼ିକୁ ଯାଞ୍ଚ କରିଥିଲେ । ଛତ୍ରପୁର ପୋଲିସ ଫୋର୍ସ ଏହି ଯାଞ୍ଚରେ ସହାୟତା କରିଥିଲେ ।

Leave A Reply

Your email address will not be published.

three + six =

error: Content is protected !!