ଗ୍ୟାସ୍ ସିଲିଣ୍ଡର ଫାଟି ୪ ଅଗ୍ନିଶମ କର୍ମଚାରୀ ଗୁରୁତର

ସମ୍ବଲପୁର : ଚାଉଁପୁରସ୍ଥିତ ଏକ ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଗ୍ୟାସ୍ ସିଲିଣ୍ଡର ଫାଟିଯିବା ଫଳରେ ଦୋକାନରେ ନିଆଁ ଲାଗିଯାଇଥିଲା । ଖବର ପାଇ ନିଆଁକୁ ଆୟତ୍ତ କରିବା ବେଳେ ସିଲିଣ୍ଡର ବିସ୍ଫୋରଣ ହେବାରୁ ୪ ଜଣ ଅଗ୍ନିଶମ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି ।

ସୂଚନାନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଚାଉଁପୁରସ୍ଥିତ ଏକ ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଗ୍ୟାସ୍ ସିଲିଣ୍ଡରରୁ ନିଆଁ ଲାଗିବା ପରେ ଏହା ପ୍ରଚଣ୍ଡ ଶବ୍ଦ କରି ଫାଟିଯାଇଥିଲା । ଗ୍ୟାସ୍ ସିଲିଣ୍ଡରଟି ଫାଟିବା ପୂର୍ବରୁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ତେବେ ନିଆଁକୁ ଆୟତ୍ତ କରିବା ସମୟରେ ଗ୍ୟାସ୍ ସିଲିଣ୍ଡର ଫାଟିବାରୁ ଘଟଣା ସ୍ଥଳରେ ଥିବା ସମ୍ବଲପୁର ଅଗ୍ନିଶମ ବିଭାଗର ୪ଜଣ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି । ସମସ୍ତଙ୍କୁ ପ୍ରଥମେ ଚିକିତ୍ସା ପାଇଁ ବୁର୍ଲା ଭିମସାର ଅଣାଯାଇଥିଲା । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଆହତଙ୍କ ମଧ୍ୟରେ ଫାୟାର ଅଫିସର ରଘୁମଣୀ କାଲୋ, ଅଜୟ ମିଞ୍ଜ, ରତିକାନ୍ତ ମାଝୀ ଏବଂ ଶ୍ରୀକାନ୍ତ ମଲ୍ଲିକ ରହିଛନ୍ତି । ଅଜୟ ଏବଂ ରତିକାନ୍ତଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି ଏବଂ ରଘୁମଣୀ ଭିମସାରରେ ଚିକିତ୍ସିତ ହେଉଛନ୍ତି । ଶ୍ରୀକାନ୍ତଙ୍କୁ ପ୍ରାଥମିକ ଚିକିତ୍ସା ପରେ ମେଡିକାଲରୁ ଛାଡି ଦିଆଯାଇଛି ।

Leave A Reply

Your email address will not be published.

nine − 5 =