ସକାଳ ୬ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲା ରହିବ କୋଣାର୍କ ମନ୍ଦିର

କୋଣାର୍କ : ପରିବର୍ତ୍ତନ ହେଲା ସୂର୍ଯ୍ୟ ମନ୍ଦିର ପରିଦର୍ଶନ ସମୟ । ଆଜିଠୁ ସନ୍ଧ୍ୟା ସାତଟାରେ ବନ୍ଦ ହେବ କୋଣାର୍କ ମନ୍ଦିର । ପର୍ଯ୍ୟଟକଙ୍କ ପାଇଁ ମାର୍ଚ୍ଚ ୧ରୁ ସକାଳ ୬ଟାରୁ ସୂର୍ଯ୍ୟ ମନ୍ଦିର ମୁଖ୍ୟଦ୍ୱାର ଖୋଲରହି ସନ୍ଧ୍ୟା ୭ଟାରେ ବନ୍ଦ ହେବ । ପୂର୍ବରୁ ସନ୍ଧ୍ୟା ୬ ଟାରେ ସୂର୍ୟ୍ୟ ମନ୍ଦିର ବନ୍ଦ ହେଉଥିଲା । ଆସନ୍ତା ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ସୂର୍ଯ୍ୟମନ୍ଦିର ପରିଦର୍ଶନ ସମୟ ପରିବର୍ତ୍ତନ ହେଉଥିବା ନେଇ ଏଏସ୍‌ଆଇ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.

four × three =

error: Content is protected !!