ଦୁଇ ବାଇକ ମୁହାଁମୁହିଁ ଧକ୍କା : ୪ ଗୁରୁତର

ମୋରଡା : ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅନ୍ତର୍ଗତ ତଥା ଚିତ୍ରଡା ଫାଣ୍ଡି ଅଧିନ ଅସ୍ତିଆ ଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ଚାରି ଜଣ ଗୁରୁତର ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ବୁଧବାର ସକାଳୁ ପ୍ରବଳ କୁହୁଡି ହୋଇଥିବା କାରଣରୁ ମୋରଡା ଥାନା ଅନ୍ତର୍ଗତ ତଥା ଚିତ୍ରଡା ଫାଣ୍ଡି ଅଧିନ ଅସ୍ତିଆ ଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଛନ୍ତି । ତେବେ ଚିତ୍ରଡା ପଟୁ ଯାଉଥିବା ବାଇକରେ ଦୁଇ ଜଣ ଥିବାବେଳେ ବାରିପଦା ପଟୁ ଆସୁଥିବା ବାଇକରେ ମଧ୍ୟ ଦୁଇଜଣ ଥିଲେ । ଉଭୟ ବାଇକ ଧକ୍କା ପରେ ଚାରି ଜଣ ଗୁରୁତର ଅବସ୍ଥାରେ ରାସ୍ତାରେ ପଡିରହିଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସ ଜରିଆରେ ସେମାନଙ୍କୁ ବାରମାଇଲ ଡାକ୍ତରଖାନାକୁ ନିଆଯାଇଛି । ତେବେ ଚାରି ଜଣ ଗୁରୁତରଙ୍କ ମଧ୍ୟରେ ଦୁଇ ଜଣ ଭାଲିଆଡିହା ଗ୍ରାମର ବୋଲି ଜଣାପଡିଛି । ଘଟଣା ସମ୍ପର୍କରେ ମୋରଡା ଥାନା ଅଧିକାରୀ ଖବର ପାଇ ଚିତ୍ରଡା ଫାଣ୍ଡି ଅଧିକାରୀଙ୍କୁ ଘଟଣା ସ୍ଥଳକୁ ପଠାଇଥିବା ଜଣାପଡିଛି । ପୋଲିସ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.

seven + nine =