ବେଲପଡା ପେଟ୍ରୋଲ ପମ୍ପ ସମ୍ମୁଖରେ ସଡକ ଦୁର୍ଘଟଣା : ଜଣେ ମହିଳା ଗୁରୁତର ଅବସ୍ଥାରେ ବଲାଙ୍ଗିର ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ବେଲପଡାର ପେଟ୍ରୋଲ ପମ୍ପ ସମ୍ମୁଖରେ ଏକ ସଡକ ଦୁର୍ଘଟଣା ଘଟି ଜଣେ ମହିଳା ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ଗୁରୁତର ମହିଳା ଜଣକ ଅମ୍ବିକା ସେଠ (୪୦) ବୋଲି ଜଣାପଡିଛି । ସୂଚନା ଅନୁସାରେ ଅମ୍ବିକା ତାଙ୍କ ସ୍ୱାମୀଙ୍କ ସହ ଏକ ବାଇକ ଯୋଗେ କୌଣସି କାରଣରୁ ଘରୁ ବାହରିଥିବା ବେଳେ ବେଲପଡା ପୋଟ୍ରଲ ପମ୍ପ ସମ୍ମୁଖରେ ଗୋଟିଏ ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲେ । ଫଳରେ ଅମ୍ବିକା ଗୁରୁତର ହୋଇଥିବା ବେଳେ ତାଙ୍କ ସ୍ୱାମୀ ସାମାନ୍ୟ ଆହତ ହୋଇଥିଲେ । ପରେ ଅମ୍ବିକାଙ୍କୁ ଉଦ୍ଧାର କରି ପ୍ରଥମେ ବେଲପଡା ଓ ପରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରିଥିବା ଜଣାପଡିଛି ।

Leave A Reply

Your email address will not be published.