ମହାପ୍ରଭୁ ଶ୍ରୀ ଅଲାରନାଥଙ୍କ ଅନବସର ଦର୍ଶନ ପଞ୍ଚମ ଦିନରେ

ବ୍ରହ୍ମଗିରି, (କେପିଏନ୍‌ଏସ୍‌) : ବ୍ରହ୍ମଗିରିର ଅଲାରନାଥ ପୀଠରେ ଶଙ୍ଖ, ଚକ୍ର, ଗଦା, ପଦ୍ମ ଧାରୀ ଚତୁର୍ଭୁଜ ନାରାୟଣଙ୍କୁ ଦର୍ଶନ କରିବାକୁ ଭକ୍ତଙ୍କ ପ୍ରବଳ ଭିଡ ଆରମ୍ଭ ହୋଇଯାଇଛି । ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିବଦଳରେ ଚତୁର୍ଭୁଜ ନାରାୟଣଙ୍କୁ ଦର୍ଶନ କରି ଜଗନ୍ନାଥ ଦର୍ଶନର ସମଫଳ ପାଇବାର ବିଶ୍ୱାସ ନେଇ ଭକ୍ତ ଛୁଟି ଆସୁଛନ୍ତି । ଆଜି ଛୁଟି ଦିନ ଥିବାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବାଠାରୁ ହିଁ ଭକ୍ତଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି । ଆଜି ଭୋର ୪ ଟାରେ ମହାପ୍ରଭୁଙ୍କ ଦ୍ୱାର ଫିଟା ଯାଇ ୪.୧୫ ରେ ମଙ୍ଗଳ ଆଳତୀ ହୋଇଥିଲା । ତାପରେ ତଡପଲାଗି, ଅବକାଶ, ବେଶ ଏବଂ ଗୋପାଳବଲ୍ଲଭ ସରିବା ପରେ ସକାଳ ୬ ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି ।

Leave A Reply

Your email address will not be published.

ten − five =

error: Content is protected !!