ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା ଅଭିଯୋଗ

ସୋର : ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ରିଆ ଅଞ୍ଚଳରେ ପୂର୍ବ ଶତ୍ରୁତାକୁ ନେଇ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି । ମୃତକ ଜଣକ ପ୍ରଦୀପ ନାୟକ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ସିମୁଳିଆ ଥାନା ରିଆ ଗ୍ରାମର ଉପେନ୍ଦ୍ର ନାୟକଙ୍କ ପୁଅ ପ୍ରଦୀପ ନାୟକଙ୍କୁ ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ ହତ୍ୟା କରି ପଳାଇ ଯାଇଥିଲେ । ସ୍ଥାନୀୟ ଲୋକମାନେ ଦେଖି ଉଦ୍ଧାର କରି ସିମୁଳିଆ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଦୁର୍ବୃତ୍ତମାନେ ମାରଣାସ୍ତ୍ରରେ ହାଣିଥିବା ବେଳେ ହାତକୁ ଭାଙ୍ଗି ଦେଇଥିଲେ । ଅନ୍ୟପଟେ ସେଠାରୁ ସେହି ଅଂଚଳର ପ୍ରଭାସ କୁମାର ଜେନା ନାମକ ଜଣେ ଯୁବକ ସନ୍ଦେହ ଜନକ ଭାବେ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କଟକ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସିମୁଳିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.

2 × 5 =