pakka

ଦିପ୍ତିପୁରରେ ଖ୍ରୀଷ୍ଟମାସ କପ୍‌ ଉଦ୍‌ଘାଟିତ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଟାଲ ଗ୍ରାମ ପଞ୍ଚାୟତ ଦିପ୍ତିପୁରଠାରେ ବଡଦିନ ପର୍ବ ଅବସରରେ ଖ୍ରୀଷ୍ଟମାସ କପ୍‌ ଉଦଘାଟିତ ହୋଇଯାଇଛି । ଏହି ଟୁଣ୍ଣାମେଣ୍ଟରେ ୧୬ଟି ଦଳ ଅଂଶ ଗ୍ରହଣ କରିବେ । ଉଦ୍‌ଘାଟନୀ ମ୍ୟାଚ ବୁଢିମାଲ ଦଳ ଓ ଲୁହୁରାକୋଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବୁଢିମାଲ ଦଳ ବିଜୟୀ ହୋଇଥିଲା । ଉଦ୍‌ଘାଟନୀ ସମାରୋହରେ ମୁଖ୍ୟଅତିଥି ରେଭେନ ମେରସୀ ସୌରଭ କୁମାର ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଅମିତରାଜ ଦୀପ, ଶ୍ରୀମତୀ ପ୍ରିତି ଏକ୍କା, ରବି ରାଜହଂସ ପ୍ରମୁଖ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ଦ୍ୱିତୀୟ ମ୍ୟାଚ ଝୁନୁଙ୍ଗାପାଲି ଦଳ ଓ ବୁରୋମୁଣ୍ଡା ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏଥିରେ ବୁରୋମୁଣ୍ଡା ଦଳ ବିଜୟୀ ହୋଇଥିଲା । ପ୍ରଥମ କ୍ବାଟର ଫାଇନାଲ ମ୍ୟାଚ ବୁଢିମାଲ ଦଳ ଓ ବୁରୋମୁଣ୍ଡା ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିବା ବେଳେ ବୁରୋମୁଣ୍ଡା ଦଳ ବିଜୟୀ ହୋଇ ପ୍ରଥମ ସେମିଫାଇନାଲକୁ ପ୍ରବେଶ କରିଛି । ଏହି ଖ୍ରୀଷ୍ଟମାସ କପର ଉଦ୍ଦେଶ୍ୟ ବଡଦିନ ବର୍ପ ଅବସରରେ ଅଂଚଳର ଖେଳାଳି ମାନଙ୍କ ସହ ଭାଇଚାରା ଆଖି ଆଗରେ ରଖି ଉଦ୍‌ଯାପନୀ ସମାରୋହ ଦିନ ଅଞ୍ଚଳର ଅସହାୟ ବୃଦ୍ଧା, ଛାତ୍ରଛାତ୍ରୀମାନଙ୍କୁ ଶୀତ ବସ୍ତ୍ର, ସ୍କୁଲ ସାମଗ୍ରୀ ବଣ୍ଟନ କରାଯାଏ । ଦ୍ୱିତୀୟ ଦିବସରେ ମୁଖ୍ୟଅତିଥି ଭାବେ ନୋଏଲ ବନଛୋର ଏବଂ ସମ୍ମାନିତ ଅତିଥି ଭାବେ ହିରନକପୁର ନାଗ ଯୋଗଦେଇଥିଲେ । ଦ୍ୱିତୀୟ ଦିବସର ପ୍ରଥମ ମ୍ୟାଚ ମେଲଛାମୁଣ୍ଡା ଦଳ ଓ ପଦ୍ମପୁର ଦଳ ମଧ୍ୟରେ ମେଲଛାମୁଣ୍ଡା ବିଜୟୀ ହୋଇଥିଲା ।ଦ୍ୱିତୀୟ ମ୍ୟାଚ ଫରେଷ୍ଟ ଇଲେଭେନ ଦଳ ଓ ଖଇରପାଲି ଦଳ ମଧ୍ୟରେ ଖଇରପାଲି ଦଳ ବିଜୟୀ ହୋଇଥିଲା । ମେଲଛାମୁଣ୍ଡା ଦଳ ଓ ଖଇରପାଲି ଦଳ ମଧ୍ୟରେ କ୍ୱାଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିବା ବେଳେ ଖଇରପାଲି ଦଳ ବିଜୟୀ ହୋଇ ଦ୍ୱିତୀୟ ସେମିଫାଇନାଲକୁ ପ୍ରବେଶ କରିଛି । ଖେଳ ପରିଚାଲନା କରିଥିଲେ ଖ୍ରୀଷ୍ଟଦତ୍ତ ନନ୍ଦ, ରଞ୍ଜନ ବେଦୀ, ସୁବିନୟ ନନ୍ଦ, ଅଭିଷେକ କଲେତ ।ଖେଲର ଧାରା ବିବରଣୀ ଦେଇଥିଲେ ସମିର ନାଗ, ସୁଜୟ ସାଗର ।ଏଥିରେ ସିୱାୟଏଡି କ୍ଲବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

7 − five =