pakka

ଦେବଙ୍ଗ ଗାଁରେ ୧୧ତମ ନିଶାମଣି ଭୋଇ ସ୍ମାରକୀ ଫୁଟବଲ : ସେମିଫାଇନାଲରେ କରେଲଧୁଆ

bbehera

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ପତ୍ରାପାଲି (କ) ପଞ୍ଚାୟତ ଦେବଙ୍ଗ ଗାଁରେ ୧୧ତମ ନିଶାମଣି ଭୋଇ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ ପତ୍ରାପାଲି ପଞ୍ଚାୟତର ପିଇଓ କମ୍ବୁଚରଣ ବାଗ, ଗଡ଼ଗଡ଼ବାହାଲ ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ଉମାକାନ୍ତ ସୁନା ଅତିଥି ଭାବେ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ସାନମୁଲା ଓ କରେଲଧୁଆ ଦଳ ମଧ୍ୟରେ ମ୍ୟାଚ ହୋଇଥିବା ବେଳେ ସାନମୁଲା ଦଳକୁ ପରାସ୍ତ କରି କରେଧୁଆ ଦଳ ସେମିଫାଇନାଲରେ ପ୍ରବେଶ କରିଛି । ରେଫରି ବିବଚ୍ଛ ମାଝୀ ଖେଳ ପରିଚାଳନା କରିଥିବା ବେଳେ ବେଳେ ଲାଇନରେ ବୈଷ୍ଣବ ତାଣ୍ଡି ଓ ନବୀନ ସରାଫ ସହଯୋଗ କରିଥିଲେ । ଆୟୋଜକ କମିଟିର ସଭାପତି ରାଜେନ୍ଦ୍ର ଭୋଇ, ସମ୍ପାଦକ ଗଣାଦୀପ ଦାସ, ସହସମ୍ପାଦକ ମୋହନ ନେଉରା, ସଂଗଠକ ନେତ୍ରମଣି ଭୋଇ, ଡୋଳାମଣି ଦାସ, ତ୍ରିନାଥ ଭୋଇ, ସୁଧାଂଶୁ ଭୋଇ, ସହିଦ ମହମ୍ମଦ ପ୍ରମୁଖଙ୍କ ସହ ଆୟୋଜକ । କମିଟିର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ । ଆସନ୍ତା ଜାନୁଆରୀ ୩ ତାରିଖ ଦିନ ଫାଇନାଲ ମ୍ୟାଚ ଖେଳାଯିବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ମିଳିଛି ।

jay balangir
Leave A Reply

Your email address will not be published.

seven + 4 =