pakka

ଧର୍ମପରାୟଣା ମହିଳାଙ୍କ ପରଲୋକ, ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରୁଗୁଡିପଡା ବାସିନ୍ଦା ଧର୍ମପରାୟଣା ମହିଳା ଶ୍ରୀମତୀ ଦେବହୁତି ପାଢୀଙ୍କ ରବିବାର ରାତିରେ ନିଜସ୍ୱ ବାସଭବନରେ ପରଲୋକ ଘଟି ଯାଇଛି । ମୃତ୍ୟୁ ସମୟରେ ତାଙ୍କୁ ୮୩ ବର୍ଷ ହେଉଥିଲା । ଶ୍ରୀମତୀ ପାଢୀ ବରିଷ୍ଠ ସାମ୍ବାଦିକ ତଥା କୌଶଳ ସାଂସ୍କୃତିକ ସଂଘର ମହାମନ୍ତ୍ରୀ ହିମାଂଶୁ ପାଢୀଙ୍କ (ଜୟଗୁଡି)ମାତା ଅଟନ୍ତି । ଶେଷ ସମୟରେ ସ୍ୱାମୀ ସୋମନାଥ ପାଢୀ, ଝିଅ ସଉଦା, ଜ୍ୱାଇଁ ଦିଲିପ, ପୁତ୍ର ହିମାଂଶୁ, ପୁତ୍ରବଧୂ ଅନୁପମା, ନାତି ଚନ୍ଦ୍ର ଶେଖର, ଅଂଶୁମାନ, ଚିନ୍ମୟ, ରାମ, ସରୋଜ, ନାତୁଣୀ ବର୍ଷା, ବିଗୁଲ, ଅଣନାତି ଆରୁଷ, କିର୍ତ୍ତିମାନ, ଅଣ ନାତୁଣୀ ଆରବି, ଅବନ୍ତିକା ଓ ପରିବାର ବର୍ଗ ଉପସ୍ଥିତ ଥିଲେ । ଶ୍ରୀମତୀ ପାଢୀଙ୍କ ପାର୍ଥିବ ଶରୀରକୁ ଶୋଭାଯାତ୍ରାରେ ରୁଗୁଡିପଡା ଦୁର୍ଗାମଣ୍ଡପ ପର୍ଯ୍ୟନ୍ତ ନିଆଯିବା ପରେ ଶେଷ ଦର୍ଶନ ପାଇଁ ରଖାଯାଇଥିଲା । ପରେ ତାଙ୍କ ଶରୀରକୁ ପୁରୀ ସ୍ଥିତ ସ୍ୱର୍ଗଦ୍ୱାରକୁ ନିଆଯାଇ ସମସ୍ତ ରୀତିନୀତି ସହ ଶେଷ କ୍ରିୟା ସଂମ୍ପନ୍ନ କରାଯାଇଥିଲା । ପୁତ୍ର ହିମାଂଶୁ ମୁଖାଗ୍ନି ଦେଇଥିଲେ । ରୁଗୁଡିପଡା ଦୁର୍ଗାମଣ୍ଡପର ସଭାପତି ଚେତନା ନନ୍ଦ ପଣ୍ଡା, ଶ୍ରୀକାନ୍ତ ରାଉତ, ଡା. ବିକ୍ରମ କେଶରୀ ଦାଶ, ବିଭୁତି ମିଶ୍ର ପ୍ରମୁଖ ଶେଷ ଦର୍ଶନ କରିଥିଲେ ।

jay balangir
Leave A Reply

Your email address will not be published.

18 − 9 =