pakka

୧୯୭୬ ପୃଥ୍ୱୀରାଜ ହାଇସ୍କୁଲ ମ୍ୟାଟ୍ରିକ ବ୍ୟାଚ୍‌ର ବନ୍ଧୁମିଳନ

bbehera
  • ପ୍ରଫେସର ରବିଶଙ୍କର ପାଣ୍ଡିଆ ଓ ଡ.ସୁଧିର ପରିଚ୍ଛାଙ୍କ ସ୍ମୃତିସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ କଦଳୀମୁଣ୍ଡା ନର୍ସରୀ ଠାରେ ୧୯୭୬ ପୃଥ୍ୱୀରାଜ ହାଇସ୍କୁଲ ମ୍ୟାଟ୍ରିକ ବ୍ୟାଚ୍‌ର ବନ୍ଧୁମିଳନ ହୋଇଯାଇଛି । ଏହି ଅବସରରେ ସ୍ୱର୍ଗତ ରବିଶଙ୍କର ପାଣ୍ଡିଆ ଓ ଡ. ସୁଧିର ପରିଚ୍ଛାଙ୍କୁ ସମସ୍ତେ ମନେ ପକାଇ ସ୍ମୃତିସଭା କରିଥିଲେ ଓ ତାଙ୍କ ଉଦ୍ଦେଶ୍ୟରେ ୨ ମିନିଟ ନୀରବ ପ୍ରାର୍ଥନା କରିବା ସହ ସ୍ମୃତିଚାରଣ କରିଥିଲେ । ଏହି ବନ୍ଧୁମିଳନରେ ରାଜ୍ୟ ବାହାରେ ରହୁଥିବା ସାଙ୍ଗମାନେ ମଧ୍ୟ ଉପସ୍ଥିତ ରହିଥିଲେ । ଏହି ଅବସରରେ ଭିଜିଲାନ୍ସ ଏସ୍‌ପି କଟକ ଏମ୍‌. ରାଧାକୃଷ୍ଣ ଉପସ୍ଥିତ ରହିଥିବା ବେଳେ ଏହି କାର୍ଯ୍ୟକ୍ରମକୁ କମଳ ଚକ୍ରବର୍ତ୍ତୀ, ଗୋପାଳ କର, ସୁନିଲ ବେହେରା ଓ ସଂଜୀବ ବହିଦାର ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

five − 3 =