Daily Archives

ଜିଲ୍ଲା ପରିଷଦ ଉପାଧ୍ୟକ୍ଷାଙ୍କ ଟିଟିଲାଗଡ ବ୍ଲକ ଗସ୍ତ : ଉନ୍ନୟନମୂଳକ କାର୍ଯ୍ୟର କଲେ ତଦାରଖ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ମଙ୍ଗଳବାର ଦିନ ଅପରାହ୍ନରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ମିଥିଳା ମାଝୀ ଟିଟିଲାଗଡ ଗସ୍ତରେ ଆସିଛନ୍ତି । ଏହି ଅବସରରେ ଟିଟିଲାଗଡ ବ୍ଲକ କାର୍ଯ୍ୟାଳୟରେ ଏକ ବୈଠକ ବ୍ଲକ ଉନ୍ନୟନ ଅଧିକାରୀ ନବୀନ ନାଏକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି ।
Read More...

ପାଇକମାଲ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହରେ ମହାମହିମ ରାଜ୍ୟପାଳଙ୍କ ଯୋଗଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସ୍ଥିତ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ ଆଜି ଅନୁଷ୍ଠିତ ହୋଇଯାଇଛି । ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବରେ ଉକ୍ତ ସମାରୋହରେ ଯୋଗ ଦେଇଥିଲେ । ପ୍ରଥମେ ସେ ଶ୍ରୀ ଶ୍ରୀ
Read More...

ବିଦ୍ୟୁତ ଖୁଣ୍ଟରେ ଚଢି କାମ କରୁଥିବା ଠିକା ଶ୍ରମିକଙ୍କ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ

ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ବଣାଇ କନ୍ତଯୋଡି ସାହିର ରାଧାମୋହନ ମନ୍ଦିର ନିକଟରେ ଥିବା ଏକ ୧୧ କେଭି ଖୁଣ୍ଟ ଉପରେ ଚଢି ଜଣେ ଠିକା ଶ୍ରମିକ କାମ କରୁଥିବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ଆଜି ଦିନ ୧୧ଟାରେ ୧୧ କେଭି
Read More...

ଗଞ୍ଜେଇ ଭର୍ତ୍ତି ଟ୍ରକ୍ ସହ କାର୍ ଜବତ : ୩ ଗଞ୍ଜେଇ ମାଫିଆ ଗିରଫ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ରାଜ୍ୟ ବାହାରକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ପୋଲିସ୍ । ୧୭୫ କେଜି ୬୦୦ ଗ୍ରାମ ଓଜନର ବେଆଇନ୍ ଗଞ୍ଜେଇ ସହ ଗୋଟିଏ ଟ୍ରକ୍ ଓ ଗୋଟିଏ କାର୍‌କୁ ଜବତ କରିଛି
Read More...

ପୋଷଣ ପକ୍ଷ ଉଦ୍‌ଯାପନୀ ସମାରୋହ

ଶ୍ରୀଅନ୍ନ 'ମାଣ୍ଡିଆ'କୁ ନବାନ୍ନ ଭକ୍ଷଣରେ ସ୍ଥାନିତ କରିବାକୁ ଗୁରୁତ୍ୱାରୋପ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ମାର୍ଚ୍ଚ ୨୦ ଠାରୁ ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ପୋଷଣ ପକ୍ଷ ପାଳନ କରାଯାଇ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ବହୁବିଧ କାର୍ଯ୍ୟକ୍ରମମାନ ଗ୍ରହଣ କରାଯାଇଛି । ଏହି
Read More...

ଧର୍ମପରାୟଣ ବ୍ୟକ୍ତି ଭଗବାନ ବିଶ୍ୱାଲଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପେଲେସ୍ ଲାଇନର ଧର୍ମପରାୟଣ ବ୍ୟକ୍ତି ଭଗବାନ ବିଶ୍ୱାଲଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହେଉଥିଲା । ଗତ କିଛି ବର୍ଷ ହେଲା ସେ ହୃଦରୋଗରେ ପୀଡ଼ିତ ଥିଲେ । ମଙ୍ଗଳବାର ସକାଳୁ ନିତ୍ୟକର୍ମ ଶେଷ ପରେ ଶରୀରରେ ଅସୁସ୍ଥତା ଅନୁଭବ କରିଥିଲେ ।
Read More...

ବେଲପଡ଼ା ପୋଲିସକୁ ବଡ ସଫଳତା : ଏକ ବଡ ଧରଣର ବାଇକ୍ ଚୋରି ରାକେଟର ପର୍ଦାଫାସ କରିବା ସହ ଅଭିଯୁକ୍ତମାନଙ୍କୁ କୋର୍ଟ…

ବେଲପଡା, (ଭୋଜରାଜ ଦଣ୍ଡସେନା) : ବେଲପଡା ପୋଲିସକୁ ମିଳିଛି ଏକ ବଡ଼ ଧରଣର ସଫଳତା । ବାଇକ ଚୋରି ରାକେଟର ପର୍ଦାଫାସ କରିବା ସହ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, ଗତ ୮ ତାରିଖ ଦିନ ମୋହନ ପୁଞ୍ଜି ତାଙ୍କ ହିରୋ ହୋଣ୍ଡା ସ୍ପାଲଣ୍ଡର ଗାଡ଼ି
Read More...

ତେଲେଙ୍ଗାନାରୁ ୬ ନିର୍ଯାତିତ ପ୍ରବାସୀ ଶ୍ରମିକଙ୍କୁ ଦେବଦୂତ ସାଜି ଉଦ୍ଧାର କଲେ ଟ୍ଵିଟର ଗାର୍ଲ ଦୀପା ବାରିକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାରେ ଦାଦନ ଏକ ମୁଖ୍ୟ ସମସ୍ୟା ଭାବେ ଉଭା ହେବା ସହ କାମ ଅନ୍ୱେଷଣରେ ବାହାର ରାଜ୍ୟକୁ ଯାଇ ନିର୍ଯାତନାର ଶିକାର ହେବା ଏକ ନିତିଦିନିଆ ଘଟଣା ହୋଇଗଲାଣି । କିନ୍ତୁ ବାହାର ରାଜ୍ୟରେ ଫସି ନିର୍ଯାତନାର ଶିକାର ହେଉଥିବା ଶ୍ରମିକଙ୍କ ପାଇଁ ଦେବଦୂତ
Read More...

ପୌଷ୍ୟ ସନ୍ତାନ ଗ୍ରହଣ ନିୟମାବଳୀ ବିଷୟରେ ତାଲିମ ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ପଂଚାୟତ ସାଧନ କେନ୍ଦ୍ର ବଲାଙ୍ଗିରର ସଭାଗୃହଠାରେ ଗ୍ରାମ ମଙ୍ଗଳ ପାଠାଗାର ଦ୍ୱାରା ପରିଚାଳିତ ସ୍ୱତନ୍ତ୍ର ପୌଷ୍ୟ ସନ୍ତାନ ଗ୍ରହଣ ସଂସ୍ଥାର ସମସ୍ତ କର୍ମଚାରୀ ତଥା କମିଟିର ସଭ୍ୟମାନଙ୍କର ଏକ ଦିନିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
Read More...

ଶାନ୍ତିପଡାରେ ବିଳମ୍ବିତ ରାତ୍ରିରେ ସର୍ଟସର୍କିଟ୍‌ରେ ଜଳିଗଲା ଗଛ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଶାନ୍ତିପଡାଠାରେ ଗତକାଲି ବିଳମ୍ବିତ ରାତ୍ରିରେ ଏକ ଗଛରେ ବିଦ୍ୟୁତ ତାର ଲାଗିଥିବା ବେଳେ ସର୍ଟସର୍କିଟ୍‌ ହୋଇ ତାର ଛିଣ୍ଡି ପଡିଥିବା ଦେଖିବାକୁ ମିଳିଥିଲା । ଶାନ୍ତିପଡା ମହାଦେବ ମନ୍ଦିର ନିକଟରେ ଏହି ଘଟଣା ଘଟିଛି । କିଛି ସମୟ ପାଇଁ
Read More...