ls

ଗଞ୍ଜେଇ ଭର୍ତ୍ତି ଟ୍ରକ୍ ସହ କାର୍ ଜବତ : ୩ ଗଞ୍ଜେଇ ମାଫିଆ ଗିରଫ

a12

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ରାଜ୍ୟ ବାହାରକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ପୋଲିସ୍ । ୧୭୫ କେଜି ୬୦୦ ଗ୍ରାମ ଓଜନର ବେଆଇନ୍ ଗଞ୍ଜେଇ ସହ ଗୋଟିଏ ଟ୍ରକ୍ ଓ ଗୋଟିଏ କାର୍‌କୁ ଜବତ କରିଛି ବାଲିଗୁଡ଼ା ପୋଲିସ୍ । ଘଟଣାରେ ସଂପୃକ୍ତ ୩ ଜଣ ମାଫିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍ । ସୂଚନା ପ୍ରକାରେ, ବାଲିଗୁଡ଼ା ଥାନା ପୋଲିସ୍ ପାଟ୍ରୋଲିଂ କରୁଥିବା ବେଳେ ବିପୁଳ ପରିମାଣର ବେଆଇନ୍ ଗଞ୍ଜେଇ ରାଜ୍ୟ ବାହାରକୁ ଚୋରା ଚାଲାଣ ହେଉଥିବା ଖବର ପାଇବା ପରେ ପାଟ୍ରୋଲିଂ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଥିଲା । ଗଞ୍ଜେଇ ଭର୍ତ୍ତି ଟ୍ରକ୍ ନଂ.ଜେଏଚ-୦୯-ବିବି- ୭୨୮୧ ଟି ଦୃତ ଗତିରେ ଯାଉଥିବା ବେଳେ ମହାସିଙ୍ଗି ଗାଁ ନିକଟସ୍ଥ ଖଡ଼ଗ ନଦୀ ନିକଟରେ ଟ୍ରକ୍‌ଟିକୁ କାବୁ କରିଥିବା ବେଳେ ସହଯୋଗୀ ଫର୍ଡ ଆଇକନ୍ କାର ନଂ. ଓଆର -୦୧-ଆର-୨୬୬୨କୁ ମଧ୍ୟ କାବୁ କରିବାରେ ସକ୍ଷମ ହୋଇଥିଲା ପୋଲିସ୍ । ସେଥିରୁ ୧୭୫ କେଜି ୬୦୦ ଗ୍ରାମ ବେଆଇନ୍ ଗଞ୍ଜେଇ ଜବତ କରିବା ସହ ୩ ଜଣ ମାଫିଆଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ପୋଲିସ୍ । ଜବତ ଗଞ୍ଜେଇ ବାଲିଗୁଡ଼ା ଥାନା ଅଞ୍ଚଳରୁ ବାହାର ରାଜ୍ୟକୁ ଚୋରା ଚାଲାଣ ହେଉଥିବା ବେଳେ ଗିରଫ ୩ ଜଣଙ୍କ ମଧ୍ୟରୁ ୨ ଜଣ ଝାଡ଼ଖଣ୍ଡର ତେତୁଲମାରି ଅଞ୍ଚଳର ଉମେଶ ସିଂ ଓ ପ୍ରତାପ ସିଂ ହୋଇଥିବା ବେଳେ ଅନ୍ୟ ଜଣେ ରାଇକିଆ ଅଞ୍ଚଳର ଇସାକ୍ ନାୟକ ବୋଲି ପୋଲିସ୍ ପକ୍ଷରୁ ସୂଚନା ମିଳିଛି । ଅନ୍ୟପଟେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୯ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି । ଏନେଇ ବାଲିଗୁଡ଼ା ଥାନା କେଶ୍ ନଂ.୯୬/୨୦୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବିଷୟ ବାଲିଗୁଡ଼ା ଥାନା ଅଧିକାରୀ ବାବାଶଙ୍କର ସରାଫ୍ ପ୍ରକାଶ କରିଛନ୍ତି ।

manabhanjan
Leave A Reply

Your email address will not be published.