ବିଦ୍ୟୁତ ଖୁଣ୍ଟରେ ଚଢି କାମ କରୁଥିବା ଠିକା ଶ୍ରମିକଙ୍କ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ

ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ବଣାଇ କନ୍ତଯୋଡି ସାହିର ରାଧାମୋହନ ମନ୍ଦିର ନିକଟରେ ଥିବା ଏକ ୧୧ କେଭି ଖୁଣ୍ଟ ଉପରେ ଚଢି ଜଣେ ଠିକା ଶ୍ରମିକ କାମ କରୁଥିବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ଆଜି ଦିନ ୧୧ଟାରେ ୧୧ କେଭି ଲାଇନ୍ ଖୁଣ୍ଟ ଚଢି ଲାଇନ୍ ତାରକୁ ବାନ୍ଧୁଥିବା ବେଳେ ହଠାତ୍‌ ଲାଇନ୍‌ଟି ସ୍ପାର୍କ ହେବା ଫଳରେ ଠିକା ଶ୍ରମିକଙ୍କ ସେହି ଖୁଣ୍ଟରେ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ଏକ ଘଣ୍ଟା ଧରି ଖୁଣ୍ଟରେ ଅଟକି ରହିଥିଲା ଠିକା ଶ୍ରମିକ ଜଣଙ୍କ ମୃତଦେହ । ବଣାଇ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଦମକଳ ବାହିନୀ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ମୃତ୍ୟୁ ହୋଇଥିବା ଯୁବକଙ୍କ ଶବକୁ ଉପରୁ ଉଦ୍ଧାର କରିଥିଲେ । ପରେ ବଣାଇ ପୋଲିସ ଖବର ପାଇ ମୃତ ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ସ୍ଥାନୀୟ ଡାକ୍ତରଖାନାକୁ ପଠାଇଥିବା ସହ ଘଟଣାର ତଦନ୍ତ ଚଲାଇଥିବା ଜଣାପଡ଼ିଛି । ତେବେ ମୃତ୍ୟୁ ହୋଇଥିବା ଯୁବକଙ୍କ ଘର ଝାରଖଣ୍ଡ ରାଜ୍ୟ ଶିଘଂଭୂମି ଜିଲ୍ଲା ପୁକୁରିଆ ଗ୍ରାମର ଗିନ୍ଦୁରୁ ପୁର୍ତ୍ତି ବୋଲି ଜଣାପଡିଛି ।

Leave A Reply

Your email address will not be published.