jsm

ପୌଷ୍ୟ ସନ୍ତାନ ଗ୍ରହଣ ନିୟମାବଳୀ ବିଷୟରେ ତାଲିମ ଶିବିର

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ପଂଚାୟତ ସାଧନ କେନ୍ଦ୍ର ବଲାଙ୍ଗିରର ସଭାଗୃହଠାରେ ଗ୍ରାମ ମଙ୍ଗଳ ପାଠାଗାର ଦ୍ୱାରା ପରିଚାଳିତ ସ୍ୱତନ୍ତ୍ର ପୌଷ୍ୟ ସନ୍ତାନ ଗ୍ରହଣ ସଂସ୍ଥାର ସମସ୍ତ କର୍ମଚାରୀ ତଥା କମିଟିର ସଭ୍ୟମାନଙ୍କର ଏକ ଦିନିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର କର୍ମୀ ଶିବ ପ୍ରସାଦ ସାହୁଙ୍କ ସଂଯୋଜନାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂହ, ସମ୍ମାନିତ ଅତିଥି ଭାବରେ ଶିଶୁ ମଙ୍ଗଳ କମିଟିର ଏସ୍‌.ଲତାଶ୍ରୀ, ଚୂଡାମଣି ପଣ୍ଡା, ଅରୁଣ କୁମାର ଖୁଆସ, କ୍ଷମାନିଧି ମେହେର, ଭୁବନେଶ୍ୱର ସାମଲ, ଗୋପାଲ ସାମଲ ଯୋଗଦାନ କରିଥିଲେ । ଉକ୍ତ ତାଲିମ କାର୍ଯ୍ୟକ୍ରମରେ ତାଲିମଦାତା ଭାବରେ ନନ୍ଦି କିଶୋର ଷାଣ୍ଢ, ସୁଧାଂଶୁ ଶେଖର କୁମ୍ଭାର ଏବଂ ବସୁନ୍ଧରା ସାମଲ ଯୋଗଦାନ କରିଥିଲେ । ସ୍ୱତନ୍ତ୍ର ପୌଷ୍ୟ ସନ୍ତାନ ଗ୍ରହଣ ସଂସ୍ଥାର କର୍ମଚାରୀ ଦେବାଶିଷ ପଟେଲ, ପୁଷ୍ପାଞ୍ଜଳି ସୁନା, ରେକ୍ସନା କୁମ୍ଭାର, ପଦ୍ମିନୀ ପଧାନ, ଆଲ୍ଲାଦିନୀ ସେଠ, ପ୍ରମିଳା କୁଅଁର, ଭାଗ୍ୟବତୀ ସାହୁ, ପଦ୍ମାବତୀ ନାଏକ ଏବଂ ଗନ୍ଧବୀ ବେହେରା ତାଲିମ ଗ୍ରହଣ କରିଥିଲେ । ଠାକୁର ଭୋଇ, ଶୁଭେନ୍ଦୁ ମେହେର ସହଯୋଗ କରିଥିଲେ ଏବଂ ପୁଷ୍ପାଞ୍ଜଳି ସୁନା ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.