pakka

ବିଜେପିର ଜିଲ୍ଲାସ୍ତରୀୟ କର୍ମକର୍ତ୍ତାଙ୍କ ବୈଠକ

bbehera

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲାସ୍ତରୀୟ ଭାରତୀୟ ଜନତା ପାର୍ଟି କର୍ମକର୍ତ୍ତାଙ୍କ ସାଂଗଠାନିକ ବୈଠକ ମଙ୍ଗଲବାର ଦିନ କଂଟାବାଂଜି ହରିଭବନରେ ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭା ଜିଲ୍ଲା ସଭାପତି ଶିବାଜୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ଖରିଫ ଋତୁରେ ଜିଲ୍ଲାର ବିଭିନ୍ନ ଧାନମଣ୍ଡିରେ ମିଲରମାନେ ଚାଷୀମାନଙ୍କୁ କଟନୀ ଛଟନୀ ନାଁରେ ଶୋଷଣ କରୁଥିବାରୁ ଜିଲ୍ଲା ସଭାପତି ଶ୍ରୀ ମହାନ୍ତି ଜିଲ୍ଲା ଖାଦ୍ୟ ଯୋଗାଣ ଅଧିକାରୀ(ସିଏସଓ)ଙ୍କୁ ଜଣାଇବାରୁ ତାଙ୍କୁ ଅପମାନିତ କରିବା ସହିତ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଥିଲେ । ଏହାର ପ୍ରତିବାଦରେ କଂଟାବାଂଜି ବୈଠକରେ ଜିଲ୍ଲାର ୧୪ ଗୋଟି ବ୍ଲକର ମଣ୍ଡଳ କର୍ମକର୍ତ୍ତା ଏବଂ ବିଭିନ୍ନ ପଦାଧିକାରୀଙ୍କ ଉପସ୍ଥିତିରେ ଆଗାମୀ ଦିନରେ ଜିଲ୍ଲା କାର୍ଯ୍ୟାଳୟକୁ ଘେରାଉ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କୃଷକ ମୋର୍ଚ୍ଚା ସଂପାଦକ ଲକ୍ଷ୍ମଣ ବାଗ ସହ ସମସ୍ତ ବ୍ଲକର ମଣ୍ଡଳ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

ten + thirteen =