Daily Archives

ଘରେ ପଶି ଚୋରି ଅଭିଯୋଗ : ୨ ଅଟକ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜି ଶିବାଜୀନଗର ସ୍ଥିତ ବିବେକାନନ୍ଦ ରାୟଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଘରେ ପଶି ଚୋରମାନେ ପ୍ରାୟ ୨ ଲକ୍ଷ ଟଙ୍କାର ସାମଗ୍ରୀ ଚୋରି କରି ନେଇଥିବା ସମ୍ପର୍କରେ ସେ ବୁଧବାର କଣ୍ଟାବାଞ୍ଜି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ…
Read More...

୧୦ ଶ୍ରମିକ ଉଦ୍ଧାର, ୨ ଗିରଫ

ତୁରେକେଲା, (କୈଳାଶ ସଗ୍ରିଆ) : ବେଆଇନ ଭାବେ ରାଜ୍ୟ ବାହାରକୁ ଚାଳାଣ ହେଉଥିବା ୧୦ ଜଣ ଦାଦନ ଶ୍ରମିକଙ୍କୁ ତୁରେକେଲା ଥାନା ପୋଲିସ ଉଦ୍ଧାର କରିଛି । ଏମାନଙ୍କୁ ଚାଳାଣ କରୁଥିବା ଅଭିଯୋଗରେ ୨ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ୨ ଜଣ ହେଲେ ଝରଣୀ ଗାଁର ସର୍ଦ୍ଦାର ସଞ୍ଜିବ ବଚ୍ଛା ଏବଂ ତାଙ୍କ…
Read More...

ହାତୀସରାରେ ଲୋକକଳା ମହୋତ୍ସବ ଆସନ୍ତା ୩ରୁ

ଦେଓଗାଁ, (କେପିଏନ୍‌ଏସ୍‌) : ଆସନ୍ତା ୩ରୁ ୫ ତାରିଖ ପର୍ଯ୍ୟନ୍ତ ଦେଓଗାଁ ବ୍ଲକ ହାତୀସରା ଗାଁରେ ଲୋକକଳା ମହୋତ୍ସବ ଆୟୋଜିତ ହେବ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ବୋଲି ଆୟୋଜକ ହରିଜନ ଆଦିବାସୀ ଯୁବକ ସଂଗଠନ ଓ ଲୋକକଳା ମହୋତ୍ସବ କମିଟି ପକ୍ଷରୁ ସୂଚନା ଦିଆଯାଇଛି ।
Read More...

ସହକାରୀ ନିର୍ବାହୀଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ

ବୁଗୁଡ଼ା/ଭଞ୍ଜନଗର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲା ବୁଗୁଡ଼ା ଜଳସେଚନ ବିଭାଗ(ବାଘୁଆ ପ୍ରକଳ୍ପ)ର ସହକାରୀ ନିର୍ବାହୀଯନ୍ତ୍ରୀଙ୍କ ଘରେ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି । ଶୁକ୍ରବାର ବାଘୁଆ ପ୍ରକଳ୍ପର ସହକାରୀ ନିର୍ବାହୀଯନ୍ତ୍ରୀ ବିଷ୍ଣୁ ଚରଣ ସାହୁଙ୍କ ବାସଭବନ ଓ…
Read More...

ଖପ୍ରାଖୋଲରେ କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ବୈଠକ

ପାଟଣାଗଡ, (ଗୋରେଖନାଥ ବରିହା) : ସ୍ଥାନୀୟ ଖପ୍ରାଖୋଲ ବ୍ଲକ କୃଷକ ଉତ୍ପାଦକ କମ୍ପାନୀ କାର୍ଯ୍ୟାଳୟ ପରିସରରେ କମ୍ପାନୀର ବାର୍ଷିକ ସଭା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ସିଇଓ ଗଣେଶ ବାନଛୋର୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ରୂପେ ବ୍ଲକ କୃଷି ଅଧିକାରୀ ଡ଼ମୁରୁଧର ମେହେର,…
Read More...

ଅଙ୍ଗଶ୍ରୀ ଅଳଙ୍କାର ଦୋକାନର ଛାତ ଟିଣ କାଟି ରୂପା ଗହଣା ଚୋରି ଅଭିଯୋଗ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସକାଳ ପାଉ ପାଉ ସମଲେଶ୍ୱରୀ ମନ୍ଦିର ରାସ୍ତା ମୁୁଖ୍ୟ ବଜାରର ଅଙ୍ଗଶ୍ରୀ ଅଳଙ୍କାର ଦୋକାନରେ ଚୋରମାନେ କଳା କନା ବୁଲାଇଛନ୍ତି । ଦୋକାନର ଛାତ ଟିଣ ଫାଡି ଚୋରି କରାଯାଥିବା ସ୍ପଷ୍ଟ ଜଣା ପଡୁଥିବା ବେଳେ ଚୋରି ସାମଗ୍ରୀ ପ୍ରାୟ ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ…
Read More...

ଲୋଇସିଂହା ଥାନାରେ ୭ ବର୍ଷ ପରେ ଜଣେ ଦୋଷୀ ଧରାପଡିଥିବା ନେଇ ବଲାଙ୍ଗିର ଏସ୍‌ପିଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋଇସିଂହା ଥାନାରେ ୭ ବର୍ଷ ପରେ ଜଣେ ଦୋଷୀ ଧରାପଡିଥିବା ନେଇ ବଲାଙ୍ଗିର ଏସ୍‌ପି ନିତିନ କୁଶଲକର ଆଜି ସୂଚନା ଦେଇଛନ୍ତି । ଏସ୍‌ପିଙ୍କ ସୂଚନା ଅନୁସାରେ ଲୋଇସିଂହା ଥାନା ଆଇ.ପି.ସି.୨୪.୦୩.୨୦୧୫ ୟୁ/ ଏସ୍‌ ୩୪୧/୨୯୪/୩୦୭/୩୨୩/୫୦୬/୩୪ ମାମଲା ନମ୍ବର ୬୧ରେ…
Read More...

ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଦ୍ଵାରା ପ୍ରଭାବିତ କପିଲବାହାଲ ଗ୍ରାମରେ ଜନ ଶୁଣାଣି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଦ୍ଵାରା ପ୍ରଭାବିତ ଲୋଇସିଂହା ବ୍ଲକର ରେଙ୍ଗାଲି ଗ୍ରାମ ପଂଚାୟତ ଅନ୍ତର୍ଗତ କପିଲବାହାଲ ଗ୍ରାମଠାରେ ଏକ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଜନ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲାପାଳ…
Read More...

ପାଇକମାଲରେ ବ୍ଲକସ୍ତରୀୟ ବିଜ୍ଞାନ ସେମିନାର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲରେ ବ୍ଲକସ୍ତରୀୟ ବିଜ୍ଞାନ ସେମିନାର ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସେମିନାରରେ ପ୍ରଧାନ ଶିକ୍ଷକ ଦ୍ୱାଦଶ କୁମାର ପ୍ରଧାନ ସଭାପତିତ୍ୱ କରିଥିଲେ । ଏହି ସେମିନାର କାର୍ଯ୍ୟକ୍ରମରେ ପାଇକମାଲ ବ୍ଲକର ୧୮ଟି…
Read More...

ବୁଣାକାରଙ୍କୁ ପରିଚୟ ପତ୍ର ଓ ଆର୍ଥିକ ସହାୟତା ପ୍ରଦାନ କଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ବଲାଙ୍ଗିର ବ୍ଲକ ସ୍ଥିତ ଚନ୍ଦନଭାଟି କଲ୍ୟାଣ ମଣ୍ଡପ ଠାରେ ଓଡିଶା ଜୀବିକା ମିଶନ ଦ୍ୱାରା ଆୟୋଜିତ ଏକ ବୁଣାକାର ସମ୍ମିଳନୀରେ ବୁଣାକାରମାନଙ୍କୁ ପରିଚୟ ପତ୍ର ଏବଂ ଚେକ୍‌ ମାଧ୍ୟମରେ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।…
Read More...