pakka

୧୦ ଶ୍ରମିକ ଉଦ୍ଧାର, ୨ ଗିରଫ

bbehera

ତୁରେକେଲା, (କୈଳାଶ ସଗ୍ରିଆ) : ବେଆଇନ ଭାବେ ରାଜ୍ୟ ବାହାରକୁ ଚାଳାଣ ହେଉଥିବା ୧୦ ଜଣ ଦାଦନ ଶ୍ରମିକଙ୍କୁ ତୁରେକେଲା ଥାନା ପୋଲିସ ଉଦ୍ଧାର କରିଛି । ଏମାନଙ୍କୁ ଚାଳାଣ କରୁଥିବା ଅଭିଯୋଗରେ ୨ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ୨ ଜଣ ହେଲେ ଝରଣୀ ଗାଁର ସର୍ଦ୍ଦାର ସଞ୍ଜିବ ବଚ୍ଛା ଏବଂ ତାଙ୍କ ସହଯୋଗୀ ରୂପଚନ୍ଦ କଠାର । ଉଭୟେ ଶ୍ରମିକମାନଙ୍କୁ ୨ଟି ବଲେରୋ ଗାଡିରେ ଚାଳାଣ କରୁଥିଲେ । ପୁଲିସ ଗାଡି ୨ଟିକୁ ମଧ୍ୟ ଜବତ କରିଛି । ଏନେଇ ଥାନା କେସ ନଂ ୧୭୨/୨୨ରେ ମାମଲା ରୁଜୁ କରିଛି । ଗିରଫ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା ।

jay balangir
Leave A Reply

Your email address will not be published.

11 + 3 =