pakka

ଅଙ୍ଗଶ୍ରୀ ଅଳଙ୍କାର ଦୋକାନର ଛାତ ଟିଣ କାଟି ରୂପା ଗହଣା ଚୋରି ଅଭିଯୋଗ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସକାଳ ପାଉ ପାଉ ସମଲେଶ୍ୱରୀ ମନ୍ଦିର ରାସ୍ତା ମୁୁଖ୍ୟ ବଜାରର ଅଙ୍ଗଶ୍ରୀ ଅଳଙ୍କାର ଦୋକାନରେ ଚୋରମାନେ କଳା କନା ବୁଲାଇଛନ୍ତି । ଦୋକାନର ଛାତ ଟିଣ ଫାଡି ଚୋରି କରାଯାଥିବା ସ୍ପଷ୍ଟ ଜଣା ପଡୁଥିବା ବେଳେ ଚୋରି ସାମଗ୍ରୀ ପ୍ରାୟ ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଦୋକାନ ମାଲିକ ଶ୍ରୀ ସାହୁ କହିଛନ୍ତି ।
ପ୍ରତିଦିନ ପରି ଗତକାଲି ରାତି ୯ଟା ୩୦ରେ ଅଙ୍ଗଶ୍ରୀ ଅଳଙ୍କାରର ମାଲିକ ବିଚିତ୍ରାନନ୍ଦ ସାହୁ ଦୋକାନ ବନ୍ଦ କରି ଘରକୁ ଚାଲି ଯାଇଥିଲେ । ଆଜି ସକାଳୁ ତାଙ୍କ ଦୋକାନ ସଟର ତାଲା ଭଙ୍ଗା ଯାଇଥିବା ଖବର ପାଇ ଦୋକାନକୁ ପହଞ୍ଚିଥିଲେ । ପୋଲିସକୁ ଖବର ଦେବା ପରେ ଦିନ ଏଗାରଟାରେ ପୋଲିସ ସାଇଣ୍ଟିଫିକ ଟିମ୍‌ ନେଇ ଦୋକାନକୁ ପହଞ୍ଚି ଥିଲା । ତନ୍ନ ତନ୍ନ କରି ଯାଞ୍ଚ କରିବା ପରେ ଦୋକାନରୁ ବିଭିନ୍ନ ରୂପା ଗହଣା, ରତ୍ନ ପଥର, କାନ ଫୁଲ ପିନ୍ ଆଦି ଯାହାର ବଜାର ମୂଲ୍ୟ ପାଞ୍ଚ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ତାହା ଚୋରି ହୋଇଯାଇଥିବା ଜଣାପଡିଥିଲା । ତା’ ସହ ଦୋକାନ ତାଲା ଫାଡିବା ପାଇଁ ବ୍ୟବହୃତ ଏକ ୧୬ ଏମଏମର ସିମେଣ୍ଟ ଲଗା ଲୁହାଛଡ ଦୋକାନ ପାଖରେ ପଡିଥିବା ଦେଖିବାକୁ ମିଳିଥିଲା । ସେ ଦୃଷ୍ଟିରୁ ଚୋର ପ୍ରଥମେ ଦୋକାନ ସଟର ଭାଙ୍ଗିବା ପ୍ରୟାସରେ ବିଫଳ ହେବା ପରେ ଦୋକାନ ଉପରକୁ ଯାଇ ଛାତର ଟିଣ ସିଟ କାଟି ଦୋକାନ ଭିତରକୁ ପଶି ଚୋରି କରିଥାଇ ପାରନ୍ତି ବୋଲି ଦୋକାନ ମାଲିକ କହିଛନ୍ତି । ଛାତ ଟିଣ କାଟିବାର ଶୈଳିକୁ ଦେଖିଲେ ଏଥିରେ କଟର ବ୍ୟବହାର କରାଯାଇଥିବା ସନ୍ଦେହ କରାଯାଉଛି । ତେବେ ପାର୍ବଣ ସମୟରେ ସମଲେଶ୍ୱରୀ ମନ୍ଦିର ଅଂଚଳରେ ରାତି ସାରା ଭିଡ ଓ ଗାର୍ଡ ରହୁଥିବା ବେଳେ ଏତେ ସମୟ ସାପେକ୍ଷ ଚୋରି ହେଲା କିପରି ବୋଲି ଲୋକେ ପ୍ରଶ୍ନ କରୁଛନ୍ତି ।

jay balangir
Leave A Reply

Your email address will not be published.

6 + eight =