pakka

ସହକାରୀ ନିର୍ବାହୀଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ

bbehera

ବୁଗୁଡ଼ା/ଭଞ୍ଜନଗର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲା ବୁଗୁଡ଼ା ଜଳସେଚନ ବିଭାଗ(ବାଘୁଆ ପ୍ରକଳ୍ପ)ର ସହକାରୀ ନିର୍ବାହୀଯନ୍ତ୍ରୀଙ୍କ ଘରେ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି । ଶୁକ୍ରବାର ବାଘୁଆ ପ୍ରକଳ୍ପର ସହକାରୀ ନିର୍ବାହୀଯନ୍ତ୍ରୀ ବିଷ୍ଣୁ ଚରଣ ସାହୁଙ୍କ ବାସଭବନ ଓ କାର୍ଯ୍ୟାଳୟ ଆଦି ୭ଟି ସ୍ଥାନରେ ଏହି ଚଢ଼ାଉ କରାଯାଇଛି । ସୂଚନା ଅନୁସାରେ ବିଷ୍ଣୁ ଚରଣ ସାହୁଙ୍କର ଆୟଠାରୁ ଅଧିକ ସମ୍ପତ୍ତି ଥିବା ନେଇ ଭିଜିଲାନ୍ସରେ ଅଭିଯୋଗ ହୋଇଥିଲା । ତେଣୁ ବ୍ରହ୍ମପୁର ଭିଜିଲାନ୍ସ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଏକା ସମୟରେ ସହକାରୀ ନିର୍ବାହୀଯନ୍ତ୍ରୀ ସାହୁଙ୍କ ବ୍ରହ୍ମପୁର ସ୍ଥିତ ବାସଭବନ, ବୁଗୁଡ଼ାସ୍ଥିତ ପୈତୃକ ଘର, କାର୍ଯ୍ୟାଳୟ ଏବଂ ସମ୍ପର୍କୀୟଙ୍କ ଘରେ ଏହି ଚଢ଼ାଉ କରାଯାଇଥିଲା । ସନ୍ଧ୍ୟା ସୁଦ୍ଧା ସାହୁଙ୍କ ଘରୁ ୧ଲକ୍ଷ ୩୮ହଜାର ଟଙ୍କା, ବ୍ରହ୍ମପୁରରେ ଏକ ୩ ମହଲା ବିଶିଷ୍ଟ କୋଠା, ଗୋଟିଏ ୨ ମହଲା ବିଶିଷ୍ଟ କୋଠା, ୨ଟି ପ୍ଲଟ, ବ୍ୟାଙ୍କ, ପୋଷ୍ଟାଲ ଏବଂ ବୀମା ବାବଦକୁ ପ୍ରାୟ ୪୦ ଲକ୍ଷ ଟଙ୍କା ଡିପୋଜିଟ୍‌ ଆଦି ଠାବ କରାଯାଇଛି । ଚଢ଼ାଉ ଜାରି ରହିଥିବା ବେଳେ ଏଥିରେ ଜଣେ ଏଏସ୍‌ପି, ୪ ଜଣ ଡିଏସ୍‌ପି, ୯ ଜଣ ଇନ୍ସପେକ୍ଟର ସାମିଲ ଅଛନ୍ତି ।

jay balangir
Leave A Reply

Your email address will not be published.

7 + eighteen =