om academy

କୋଭିଡ୍ ସମ୍ପର୍କିତ ଆଲୋଚନା ନେଇ ଛତ୍ରପୁର ଉପ-ଜିଲ୍ଲାପାଳଙ୍କ ପ୍ରେସମିଟ

jsm

ବ୍ରହ୍ମପୁର, (କେ. ସତ୍ୟ ନାରାୟଣ ରେ‌ଡ୍ଡୀ) : କରୋନାର ଦ୍ୱିତୀୟ ଲହରୀକୁ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ବହୁ ଆଗୁଆ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଜିଲ୍ଲାରେ କୋଭିଡ୍ ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପମାନେ ନେଉଛନ୍ତି । ରାଜ୍ୟ ସରକାରଙ୍କ ନର୍ଦ୍ଦେଶ ଅନୁଯାୟୀ ଛତ୍ରପୁର ଉପଖଣ୍ଡର ବିଭିନ୍ନ ସ୍ଥାନରେ ସମସ୍ତ ତହସିଲଦାର, କାଯ୍ୟନିର୍ବାହୀ ଅଧିକାରୀ ପକ୍ଷରୁ ଯାଂଚ କଡାକଡି କରାଯାଇ କୋଭିଡ୍ ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିମାନଙ୍କ ଠାରୁ ୧୫ ହଜାର ୯ ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି । ଏନେଇ ଆଜି ଛତ୍ରପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି । ସେହିପରି ଛତ୍ରପୁର ଉପଖଣ୍ଡରେ ମୋଟ ୧୩ ଟି ସ୍ଥାନରେ ଟୀକାକରଣ କାର୍ୟ୍ୟକ୍ରମ ଚାଲିଛି । ଗତ ଅପ୍ରେଲ ମାସ ୫ ତାରିଖ ସୁଦ୍ଧା ୪୬୬୭ ଜଣ ଆଗ ଧାଡିର କୋଭିଡ୍ ଯୋଦ୍ଧା ରହି ଥିବା ବେଳେ ୩୭୧୬ କୋଭିଡ୍ ଯୋଦ୍ଧାଙ୍କୁ ଟୀକାକରଣ ସରିଛି । ୪୨୨୦ ସ୍ୱାସ୍ଥ୍ୟ କର୍ମୀ ମଧ୍ୟରୁ ବେଳେ ୩୮୦୧ ଜଣଙ୍କୁ ଟୀକାଦାନ ସରିଛି । ସେହିପରି ୪୫ ବର୍ଷରୁ ୫୯ ବର୍ଷର ୩୪୧୬୦ଜଣ ବ୍ୟକ୍ତିଙ୍କୁ ଟୀକା ପ୍ରଦାନ କରାଯାଇଥିବା ବେଳେ ୬୭୬୦୩ ଜଣ ବରିଷ୍ଠ ୬୦ ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକମାନଙ୍କୁ ଟୀକାକରଣ କରାଯାଇଛି । ଏହାସହ ୧୪୯୮ ଜଣ ବରିଷ୍ଠ ନାଗରିକଙ୍କୁ ଦ୍ୱିତୀୟ ଡୋଜରେ ଟୀକା ପ୍ରଦାନ କରାଯାଇଛି । ସେହିପରି ୪୫ ବର୍ଷରୁ ୫୯ ବର୍ଷର ୪୧ଜଣ ବ୍ୟକ୍ତିଙ୍କୁ ଟିକା ଦିଆଯାଇଛି ବୋଲି ଉପଜିଲ୍ଲାପାଳ ଶ୍ରୀ ପୃଷ୍ଟି ସୂଚନା ଦେଇଛନ୍ତି । ଉପଖଣ୍ଡ ସ୍ତର ଡେଟିକେଟ କୋଭିଡ କେୟାର ସେଣ୍ଟର ଭାବେ ହିିଂଜିଳାକାଟୁ ଚିକିତ୍ସାଳୟର ପୁରୁଣା କୋଠାରେ ୫୦ ଶର୍ୟ୍ୟା ବିଶିଷ୍ଟ କୋଭିଡ୍ କେୟାର ହଷ୍ପିଟାଲ ଖୋଲାଯାଇଛି । ଜିଲ୍ଲାବାହାରୁ ଆସୁଥିବା ଲୋକଙ୍କ ଉପରେ କଡା ନଜର ରଖାଯିବା ସହିତ ଖଲ୍ଲିକୋଟ ଗୁରାପଲ୍ଲୀ ନିକଟରେ ଏକ ଚେକ୍ ପଏଣ୍ଟ ମଧ୍ୟ ଖୋଲାଯାଇଛି । ସମସ୍ତ ବିଡିଓ ଓ କାର୍ୟ୍ୟନିର୍ବାହୀ ଅଧିକାରୀମାନେ ବାହାରୁ ରାଜ୍ୟରୁ ଫେରୁଥିବା ସମସ୍ତ ବ୍ୟକ୍ତିଙ୍କ ତଥ୍ୟ ଲିଖିତ ଭାବେ ରଖାଯିବା ସହିତ ସେମାନଙ୍କୁ ନେଗେଟିଭ ରିପୋର୍ଟ ଧରି ଜିଲ୍ଲାକୁ ଆସିବା ନିମନ୍ତେ ବାଧ୍ୟତାମୂଳକ କରାଯାଇଛି । ଛତ୍ରପୁରରେ ଏକ କୋଭିଡ୍ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ଏହା ସହ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ଲକ ଏବଂ ସହରାଂଚଳରେ ଜରୁରୀକାଳୀନ ନମ୍ବର ମଧ୍ୟ ଜାରି କରାଯାଇଛି । ଆସନ୍ତାକାଲିଠୁ କଡାକଡି ଭାବେ ରାଜସ୍ୱ ଓ ପୁଲିସ ବିଭାଗର ଅଧିକାରୀମାନେ ସାମାଜିକ ଦୂରତା, ମାସ୍କ୍ ଉପରେ ଜନସାଧାରଣଙ୍କୁ ସଚେତନତା କରିବା ସହ ଉଲ୍ଲଂଘନକାରୀଙ୍କ ଠାରୁ ଜରିମାନା ଆଦାୟ କରିବାକୁ କୁହାଯାଇଛି । ଜନସାଧାରଣଙ୍କ ଜୀବିକାକୁ ଦୃଷ୍ଟିରେ ରଖି ପରିସ୍ଥିତି ସାଂଘାତିକ ହେଲେ ଲକ୍‌ଡାଉନ୍‌ର ମଧ୍ୟ ପଦକ୍ଷେପ ଜିଲ୍ଲାପାଳ ନେଇପାରନ୍ତି ବୋଲି ଛତ୍ରପୁର ଉପଜିଲ୍ଲାପାଳ ଶ୍ରୀ ପୃଷ୍ଟି ସୂଚନା ଦେଇଛନ୍ତି । ଏଥିସହ ବିଭିନ୍ନ ପର୍ୟ୍ୟଟନ ସ୍ଥଳୀ ଏବଂ ଧାର୍ମିକ ଅନୁଷ୍ଠାନ ଗୁଡିକ ନିମନ୍ତେ କୋଭିଡ୍ ନିୟମ ଉପରେ କଟକଣା ଜାରି ହୋଇଛି । ଛତ୍ରପୁର ଉପଖଣ୍ଡସ୍ତର ତାମ୍ପରା ହ୍ରଦ ସ୍ଥଳୀକୁ ପ୍ରତ୍ୟେକ ସୋମବାର ବନ୍ଦ ରଖାଯିବ । ମାଁ ତାରାତାରୀଣଙ୍କ ମନ୍ଦିରକୁ ଭକ୍ତ ଦର୍ଶନ ନିମନ୍ତେ ପ୍ରତ୍ୟେକ ବୁଧବାର ଦିନ ବନ୍ଦ ରହିବ । ଏହି ସାମ୍ବାଦିକ ସମ୍ମିଳନୀରେ ଉପଜିଲ୍ଲାପାଳଙ୍କ ସହ ଆସିଷ୍ଟାଣ୍ଟ କଲେକ୍ଟର ବିକ୍ରମ କୁମାର ଦୋରା ଉପସ୍ଥିତ ଥିଲେ ।

Leave A Reply

Your email address will not be published.