om academy

ହରଭଙ୍ଗା ତହସିଲଦାରଙ୍କ ମାରାଥନ ଚଢ଼ାଉ : ଇଟାଭାଟି ଓ ମାଟି ଚାଲାଣକାରୀଙ୍କଠୁ ୧ଲକ୍ଷ ଟଙ୍କା ଫାଇନ ଆଦାୟ

jsm

ବୌଦ୍ଧ, (ବଂଶୀଧର ମାଝୀ) : ଶୁକ୍ରବାର ହରଭଙ୍ଗା ତହସିଲଦାର ଓ ଅତିରିକ୍ତ ତହସିଲଦାର ହରଭଙ୍ଗା ବ୍ଲକର ଧଳପୁର ଓ ଉଆଁଲ ଠାରେ ଆଦି ଅଞ୍ଚଳରେ ମାରାଥନ ଚଢ଼ାଉ କରି ୨ଟି ବେଆଇନ ଇଟାଭାଟି ଓ ଚୋରା ମାଟି ଚାଲାଣ କରୁଥିବା ଏକ ବେସରକାରୀ ଠିକାସଂସ୍ଥା ଠାରୁ ୧ ଲକ୍ଷ ଟଙ୍କା ଆର୍ଥିକ ଜେରୀମାନା ଆଦାୟ କରିଥିବା ଜଣାଯାଇଛି । ଏ ଖବର ପ୍ରଘଟ ହେବାପରେ ବେଆଇନ ବାଲି ମାଟି, ମୋରମ ଓ ପଥର ଚାଲାଣକାରୀଙ୍କ ଭିତରେ କୋକୁଆ ଭୟ ଖେଳେଇ ଯାଇଛି । ପ୍ରାପ୍ତ ସୂଚନା ମତେ ଶୁକ୍ରବାର ଅପରାହ୍ନରେ ହରଭଙ୍ଗା ତହସିଲଦାର ଶମ୍ଭୁ ଭୂଷଣ ମିଶ୍ର ଏବଂ ଅତିରିକ୍ତ ତହସିଲଦାର ହରିଓମ ଭୋଇ ଧଳପୁର ଠାରେ ବେନିୟମ ଭାବେ ମାଟି ବୋଝେଇ କରି ହାଇୱା ଯୋଗେ ଚାଲାଣ କରୁଥିବା ଧଳପୁର-ଆଠମଲ୍ଲିକ ସେତୁ ନିର୍ମାଣକାରୀ ରଣଜିତ ବିଲଡିଂ କନ୍ସଷ୍ଟ୍ରକସନ ନାମକ ଠିକସଂସ୍ଥାକୁ ୭୫ହଜାର ଟଙ୍କା ଆର୍ଥିକ ଜେରୀମାନା ଅସୁଲି କରିଥିଲେ । ସେହିପରି ଉଆଁଲ ନିକଟରେ କରିଥିବା ୨ଟି ବେଆଇନ ଇଟାଭାଟି ଉପରେ ଚଢାଉ କରି ପ୍ରଦ୍ୟୁମ୍ନ ମହାକୁଡ଼ ନାମକ ଜଣେ ବ୍ୟକ୍ତିଙ୍କଠାରୁ ୧୦ହଜାର ଟଙ୍କା ଓ ସୁବାସ ଥାର୍ଟି ନାମକ ଅନ୍ୟ ଜଣେ ଯୁବକଙ୍କ ନିକଟରୁ ୫ହଜାରଟଙ୍କା ଫାଇନ ଆଦାୟ କରିଥିଲେ।ସୂଚନାଯୋଗ୍ୟ ଯେ ଗତକାଲି ଗୁରୁବାର ଦିନ ମଧ୍ୟ ଉଆଁଲ ନିକଟରେ ମାଟି ବୋଝେଇ କରି ଯାଉଥିବା ଏକ ଟ୍ରାକ୍ଟର କୁ ଧରି ୧୦ ହଜାର ଟଙ୍କା ଜେରୀମାନା ଆଦାୟ କରିଥିଲେ । ଏହିଭଳି ଭାବେ ତହସିଲ କତ୍ତୃପକ୍ଷଙ୍କ ଦ୍ଵାରା ମାରାଥନ ଚଢାଉ କରାଯାଇ ସମୁଦାୟ ୧ଲକ୍ଷ ଟଙ୍କା ଅସୁଲି କରିଥିବା ଜଣାପଡିଛି ।

Leave A Reply

Your email address will not be published.