ls

ଚାଷୀଙ୍କ ଧାନ ଉଠିବ କେବେ ?

a12

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ଼ ଉପଖଣ୍ଡର ପ୍ରତ୍ୟେକ ମଣ୍ଡିରେ ଲକ୍ଷ ଲକ୍ଷ ଧାନବସ୍ତା ପଡିଛି । ଚାଷୀମାନେ ସରକାରଙ୍କ ଠାରୁ ଟୋକନ୍ ପାଇ ମଣ୍ଡିମାନଙ୍କରେ ଧାନ ଗଦା କରିଛନ୍ତି ବୋଲି ଚାଷୀ କହନ୍ତି । ଅନେକ ଚାଷୀ ଟୋକନ୍ ପାଇଥିବା ସତ୍ତ୍ୱେ ମଣ୍ଡିକୁ ଧାନ ଆଣିପାରୁ ନଥିବା ଅଭିଯୋଗ କରିଛନ୍ତି । ଇତିମଧ୍ୟରେ ବହୁ ଚାଷୀଙ୍କ ଟୋକନ୍ ଲେସ ହୋଇଗଲାଣି, ଚାଷୀ ଧାନ ବିକିବ କେଉଁଠି ବୋଲି ପ୍ରଶ୍ନ କରିଛନ୍ତି ? ପ୍ରତ୍ୟେକ ମଣ୍ଡିରେ ୬ରୁ ୮ କେ.ଜି, ଧାନ କଟନି ଛଟନିରେ ଚାଷୀଙ୍କଠୁ କାଟି ମିଲର୍ସମାନେ ମାଲାମାଲ ହେଉଥିବା କହିଛନ୍ତି ଚାଷୀ । ପ୍ରଧାନମନ୍ତ୍ରୀ କିଷାନ୍ ସମ୍ମାନ ନିଧିରେ ବର୍ଷକୁ ୬ ହଜାର ଟଙ୍କା କେନ୍ଦ୍ର ସରକାର ପ୍ରତ୍ୟେକ ଚାଷୀଙ୍କୁ ଯୋଗାଇ ଦେଉଥିବା ବେଳେ ରାଜ୍ୟ ସରକାର କେନ୍ଦ୍ରକୁ ଚାଷୀମାନଙ୍କ ତାଲିକା ପଠେଇ ନ ଥିବାରୁ ଓଡିଶାର ଚାଷୀମାନେ ଏଥିରୁ ବଂଚିତ ହେଉଥିବା ଭାଜପା ଅଭିଯୋଗ କରିଛି । ଚାଷୀ ସୁରକ୍ଷା ଅଭିଯାନର ଜିଲ୍ଲା ଅବାହକ ଆଲୋକ କୁମାର ନାୟକ ଉପ ଅବାହକ ସଞ୍ଜୟ ତ୍ରୀପାଠୀ ଓ ସହ ସଂପାଦକ ଲିଙ୍ଗରାଜ ନାୟକ ବିପିନ ଠାକୁର ଜନୈକ କୁମ୍ଭାର ସୁନ୍ଦର ଲାଲ ଶର୍ମା ଉଦୟ ସାହୁ ଓ ଅନେକ କର୍ମକର୍ତ୍ତା ଆଜି ଚାଷୀ ସୁରକ୍ଷା ଅଭିଯାନରେ ବିଜେପୁର ମଣ୍ଡି ଓ ବନ୍ଧୂପଲା ଧାନ ମଣ୍ଡିରେ ଯେତେ ଧାନ ଅଛି ତାକୁ ଉଠାଈ ବା ପାଇଁ ଅନୁରୋଧ ଦାବୀ କରିଥିଲେ । ଯଦି ଆଗାମୀ ଦିନରେ ଯଦି ଧାନ ନ ଉଠେ ତେବେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।

manabhanjan
Leave A Reply

Your email address will not be published.