ls

ସି.ଆଇ.ଏସ୍.ଏଫ.ରେ ଯୋଗଦେବେ ପୁରେନାର ଚାଷୀପୁଅ ଦିନେଶ ଧରୁଆ

2020

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଳକ ବରତୁଣ୍ତା ଗ୍ରାମ ପଞ୍ଚାୟତ ପୁରେନା ଗାଁର ଖଗେଶ୍ବର ଧରୁଆଙ୍କ ପୁଅ ଦିନେଶ ଧରୁଆ ସି.ଆଇ.ଏସ୍.ଏଫରେ ଯୋଗ ଦେବେ । ସେ ୨୦୧୮ ଏସ.ସି.ସି ଆବେଦନ କରିଥିଲେ । ବାପା ଜଣେ ଚାଷୀ ମୂଲିଆ ଲୋକ । ଗାଁର ସ୍କୁଲରେ ପାଠ ପଢିଥିଲେ । ପାଇକମାଳ ବିନ୍ଧ୍ୟାବାସିନୀରେ ଯୁକ୍ତ ଦୁଇ ପଢି ମାଣ୍ଡୋସିଲ ଡିଗ୍ରୀ କଲେଜରେ ପାଠ ପଢୁଥିଲେ । ସେବେ ଠାରୁ ନିଜକୁ ପ୍ରସ୍ତୁତ କରି ଆସୁଥିଲେ । ସି.ଆଇ.ଏସ୍.ଏଫ୍ ପାଇଁ ଦେଶ ସେବା କରିବା ପାଇଁ ବହୁତ ଉତ୍ସାହିତ ଅଛନ୍ତି । ତାଙ୍କ ସଫଳତାରେ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି ।

Leave A Reply

Your email address will not be published.