ଭାରତୀୟ ଜନତା ପାର୍ଟି କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରିଛି

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଟିଟିଲାଗଡ ଭାଜପା ରେଳ ଓଭର ବ୍ରିଜର ସଫଳତାର ଶ୍ରେୟ କେନ୍ଦ୍ର ସରକାର ଏବଂ ବଲାଙ୍ଗିର ସାଂସଦ ସଙ୍ଗୀତ ସିଂଦେଓଙ୍କୁ ଦେବାକୁ ପଛେଇ ନାହିଁ । ଆଜି ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଭାଜପାର ନଗର ସଭାପତି ପ୍ରଶାନ୍ତ ଷଡ଼ଙ୍ଗୀ ସୂଚନା ଦେଇଥିଲେ ଯେ, ଦୀର୍ଘ ବର୍ଷ ଧରି ଦାବୀ ହୋଇ ଆସୁଥିବା ରେଳ ଓଭର ବ୍ରିଜର ନିର୍ମାଣ ସଂପୂର୍ଣ୍ଣ ହୋଇଥିଲେ ହେଁ ଉଦ୍‌ଘାଟନୀରେ ଆହୁରି ଦୁଇ ମାସ ଆଗକୁ ଗଡାଉଥିବା ସୂଚନା ମିଳିବା ପରେ ଟିଟିଲାଗଡ ଭାଜପାର କର୍ମୀମାନେ ଶୀଘ୍ର ବ୍ରିଜର ଉଦ୍‌ଘାଟନ କରିବାକୁ ସାଂସଦ ସଂଗୀତା ସିଂଦେଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଏବଂ ସାଂସଦ ସଂଗୀତା ସିଂଦେଓ ସଂସଦରେ ରେଳମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବାରୁ ଆସନ୍ତା କାଲି ରେଳ ଓଭର ବ୍ରିଜ ଉଦଘାଟନ ହେଉଛି । ଏହାକୁ ନେଇ ଟିଟିଲାଗଡ ଭାଜପା ଦଳ ସାଂସଦ ସଂଗୀତାଙ୍କୁ କୃତଜ୍ଞତା ଜ୍ଞାପନ ଜଣାଇବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଟିଟିଲାଗଡ ବିଧାୟିକା ତଥା ମନ୍ତ୍ରୀ ଟୁକୁନି ସାହୁଙ୍କୁ ଉନ୍ନୟନ କାର୍ୟ୍ୟ ପାଇଁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଏହା ସହ ଟିଟିଲାଗଡରେ ଦେଖାଦେଇଥିବା ପାନୀୟ ଜଳ ସମସ୍ୟା ଏବଂ ଡାକ୍ତରଖାନାରେ ଖାଲି ପଡ଼ିଥିବା ଡାକ୍ତର ପଦବୀ ପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଟିଟିଲାଗଡ ନଗର ସଭାପତି ପ୍ରଶାନ୍ତ ଷଡ଼ଙ୍ଗୀ, ମିଡ଼ିଆ ସେଲ ପ୍ରଭାରୀ ଆଲୋକ ନାୟକ, ସାଂସଦଙ୍କ ନୋମିନି ଗୁଲାବ ସୋନି, ନଗର ସମ୍ପାଦକ ପ୍ରଶାନ୍ତ ମହାନ୍ତି ଓ କୁନା ଭାଟି, ସୁନିଲ ଆଚାର୍ୟ୍ୟ, ସୁଧୀର ଘଡେଇ, ସଂଯୋଜକ ସଞ୍ଜୟ ତ୍ରିପାଠୀ, ରାଜେଶ ଅଗ୍ରୱାଲ ଲିଙ୍ଗରାଜ ନାୟକ, ଋତୁରାଜ ତାଣ୍ଡି, ସମୀର ମନହୀରା, ମଞ୍ଜିତ ବରିହା, ଅଜୟ ବେହେରା, ସୋନୁ ଶ୍ରେଷ୍ଠା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.