ନୃସିଂହନାଥ ରାସ୍ତାରେ ପୁରୁଣା କଉ ଗଛ ବିପଦଶଙ୍କୁଳ ସ୍ଥିତିରେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲରୁ ନୃସିଂହନାଥ ରାସ୍ତା ଧର୍ମଶାଳା ନିକଟସ୍ଥ ଏକ କଉ ଗଛ ଦୀର୍ଘ ଦିନ ହେବ ବିପଦଶଙ୍କୁଳ ଅବସ୍ଥାରେ ଅଛି । ଏହି ରାସ୍ତା ଦେଇ ୩ ଖଣ୍ଡର ଗ୍ରାମବାସୀ ତଥା ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର, ତହସିଲଦାର କାର୍ୟ୍ୟାଳୟ, କୃଷି ବିଭାଗ, ଅବକାରୀ ବିଭାଗ ଆଦି ବିଭିନ୍ନ ଅଫିସକୁ ଯିବା ଆସିବା କରିଥାନ୍ତି । କେତେ ବେଳେ ଯେ କାହାଉପରେ ଗଛ ପଡ଼ିବ, କୁହାଯାଇ ପାରିବ ନାହିଁ । ଏହି ରାସ୍ତା ଦେଇ ଯିବା ଆସିବା କରୁଥିବା ଅନେକ ବିଭାଗୀୟ ଅଧିକାରୀ ମାନେ ମଧ୍ୟ ଦେଖି ଚୁପ ରହୁଛନ୍ତି । ଅନେକ ଥର ଏହି ଗଛକୁ ହଟାଇବା ପାଇଁ ସ୍ଥାନୀୟ ଲୋକେ ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ କରିଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇ ନାହିଁ । ବିଭାଗୀୟ କର୍ତ୍ତୃପକ୍ଷ ଦୃଢ଼ ଦେବାକୁ ସ୍ଥାନୀୟ ପାଇକମାଲ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି ।

Leave A Reply

Your email address will not be published.