ଏଲ୍‌ଏସି.ରେ ଲାଉଡ୍‌ ସ୍ପିକର୍‌ : ଚୀନ୍‌ର ପୁରୁଣା ଷଡ଼ଯନ୍ତ୍ର : ୧୯୬୨ରେ ବି ଏମିତି କରିଥିଲା ଚୀନ୍

ନୂଆଦିଲ୍ଲୀ : ଲଦ୍ଦାଖରେ ବାସ୍ତବିକ ନିୟନ୍ତଣ ରେଖା (ଏଲ୍‌ଏସି)ରେ ଭାରତ ଓ ଚୀନ୍‌ ସେନା ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଂଚିଛି । ପ୍ରତ୍ୟହ ଚୀନ୍‌ ଭାରତ ବିରୁଦ୍ଧରେ ନୂଆ ନୂଆ ଷଡ଼ଯନ୍ତ୍ର କରି ଚାଲିଛି । ଭାରତୀୟ ସେନାରେ ଶିଖ୍‌ ଯୱାନ୍‌ର ଉପସ୍ଥିତିକୁ ଦୃଷ୍ଟି ଦେଇ ଚୀନ ଏବେ ଏଲ୍‌ଏସି.ରେ ଫିଙ୍ଗର୍‌-୪ ଅଂଚଳରେ ଲାଉଡ୍‌ ସ୍ପିକର୍‌ ଲଗାଇ ସେଥିରେ ପଂଜାବୀ ଗୀତ ବଜଉଛି । ମିଳିଥିବା ସୂଚନା ଅନୁସାରେ ଯେଉଁଠାରେ ଚୀନ୍‌ ସେନା ପକ୍ଷରୁ ଲାଉଡ୍‌ ସ୍ପିକର୍‌ ଲଗାଯାଇଛି, ସେହି ଅଂଚଳରେ ୨୪ ଘଂଟା ଭାରତୀୟ ସେନା ଉପସ୍ଥିତ ଅଛନ୍ତି ଏବଂ ଚୀନ୍‌ର ପ୍ରତ୍ୟେକ ଷଡ଼ଯନ୍ତ୍ରକୁ ବିଫଳ କରିବାକୁ ପ୍ରସ୍ତୁତ ରହିଛନ୍ତି । ସେନାର ପୂର୍ବ ଅଧିକାରୀମାନଙ୍କ ମତରେ ଚୀନ୍‌ର ଏଭଳି ଲାଉଡ୍‌ ସ୍ପିକର୍‌ ଲଗେଇବା କୌଣସି ନୂଆ କଥା ନୁହେଁ, ୧୯୬୨ର ଯୁଦ୍ଧ ସମୟରେ ମଧ୍ୟ ଚୀନ ଏହି ରଣନୀତି ଅବଲମ୍ବନ କରିଥିଲା । ଚୀନ୍‌ର ସେନା ଭାରତୀୟ ସେନାଙ୍କୁ ମାନସିକ ଚାପ ଦେବା ଉଦ୍ଦେଶ୍ୟରେ ଏଭଳି ଉଚ୍ଚ ଆବାଜ୍‌ରେ ଗୀତ ବଜାଉଛନ୍ତି ।

Leave A Reply

Your email address will not be published.