କୁନି ଚିତ୍ରଶିଳ୍ପୀ ସମୃଦ୍ଧି ସଂପର୍ଣ୍ଣା : ଚିତ୍ର ଆଙ୍କିବାରେ ଓସ୍ତାଦ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : କୁନି ଚିତ୍ରଶିଳ୍ପୀ ସମୃଦ୍ଧି ସଂପର୍ଣ୍ଣା ଚିତ୍ର ଆଙ୍କିବାରେ ଓସ୍ତାଦ୍‌ । ବଲାଙ୍ଗିର ପବ୍ଲିକ୍‌ ସ୍କୁଲର ସପ୍ତମ ଶ୍ରେଣୀର ଛାତ୍ରୀ । ତାଙ୍କ କୁନି ହାତରେ ଖୁବ୍‌ ସୁନ୍ଦର ଚିତ୍ର ଆଙ୍କନ୍ତି । ଅଧ୍ୟୟନ କ୍ଷେତ୍ରରେ ବି ବେଶ୍‌ ସଫଳତା ହାସଲ୍‌ କରି ପାରୁଥିବା ସମୃଦ୍ଧି ସଂପର୍ଣ୍ଣା ପାଣିଗ୍ରାହୀ ଅନେକ ଚିତ୍ର ଆଙ୍କିଛନ୍ତି ।

ସ୍ଥାନୀୟ ସାଗରପଡ଼ା ନିବାସୀ ତଥା ଜରାସିଙ୍ଗା +୨ ମହାବିଦ୍ୟାଳୟର ଇତିହାସ ବିଭାଗର ଅଧ୍ୟାପକ ରଂଜନ କୁମାର ପାଣିଗ୍ରାହୀ ଓ ଶ୍ରୀମତୀ ଜ୍ୟୋତିରେଖା ପାଣିଗ୍ରାହୀଙ୍କ କନ୍ୟା ସମୃଦ୍ଧି ସଂପର୍ଣ୍ଣା ଭବିଷ୍ୟତରେ ଜଣେ ବିଶିଷ୍ଟ ଚିତ୍ରଶିଳ୍ପୀ ହେବାକୁ ଲକ୍ଷ୍ୟ ରଖନ୍ତି ।

Leave A Reply

Your email address will not be published.