ଗତ ୨୪ ଘଂଟାରେ ଓଡ଼ିଶାରେ ୪୨୪୧ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟାରେ ଓଡ଼ିଶାରେ ୪୨୪୧ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୨୫୦୨ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ୧୭୩୯ ଜଣ । ଜିଲ୍ଲା ଅନୁସାରେ ଅନୁଗୁଳରୁ ୮୪, ବାଲେଶ୍ୱରରୁ ୧୪୧, ବରଗଡ଼ରୁ ୧୪୯, ଭଦ୍ରକରୁ ୭୨, ବଲାଙ୍ଗିରରୁ ୪୪, ବୌଦ୍ଧରୁ ୯୪, କଟକରୁ ୩୮୯, ଦେବଗଡ଼ାରୁ ୬, ଢେଙ୍କାନାଳରୁ ୮୬, ଗଜପତିରୁ ୨୩, ଗଂଜାମରୁ ୭୫, ଜଗତସିଂହପୁରରୁ ୧୨୬, ଯାଜପୁରରୁ ୧୫୦, ଝାରସୁଗୁଡ଼ାରୁ ୧୧୧, କଳାହାଣ୍ଡିରୁ ୧୧୪, କନ୍ଧମାଳରୁ ୧୧୬, କେନ୍ଦ୍ରାପଡ଼ାରୁ ୧୦୩, କେଉଁଝରରୁ ୭୭, ଖୋର୍ଦ୍ଧାରୁ ୬୪୭, କୋରାପୁଟରୁ ୯୮, ମାଲକାନଗିରିରୁ ୨୮, ମୟୁରଭଂଜରୁ ୧୪୭, ନବରଙ୍ଗପୁରରୁ ୧୦୭, ନୟାଗଡ଼ରୁ ୯୪, ନୂଆପଡ଼ାରୁ ୯୯, ପୁରୀରୁ ୨୯୧, ରାୟଗଡ଼ାରୁ ୬୬, ସମ୍ବଲପୁରରୁ ୯୧, ସୋନପୁରରୁ ୧୨୯, ସୁନ୍ଦରଗଡ଼ରୁ ୧୫୪, ଷ୍ଟେଟ୍‌ ପୁଲ୍‌ ୩୩୦ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ସମୁଦାୟ ପଜିଟିଭ୍‌ ୧୬୭୧୬୧ ବାହାରିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୨୯୮୫୯ ଜଣ ସୁସ୍ଥ ହୋଇ ଫେରିଥିବା କୁହାଯାଇଛି ।

Leave A Reply

Your email address will not be published.