om academy

ଦେଓଗାଁ ବ୍ଲକରେ ତିନି ଓଳି ଧରି ଲଗାଣ ବର୍ଷା : ରାସ୍ତା-ଘାଟ, ନଦୀ-ନାଳ ସବୁଠି ଭରପୁର ପାଣି, ୨ ଦିନରେ ୧୦୦ ମିଲି ମିଟିର ପାର୍ ବର୍ଷା

jsm

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ସନ୍ଧ୍ୟାରୁ ଆରମ୍ଭ ହୋଇ ଗୁରୁବାର ଦିନ ସାରା ଲଗାଣ ବର୍ଷା ଲାଗି ରହିଛି ଦେଓଗାଁ ବ୍ଲକରେ । ଦିନ ସାରା ମେଘୁଆ ପାଗ ରଖି ଅପରାହ୍ନ ପର୍ଯ୍ୟନ୍ତ ବର୍ଷା ଲାଗି ରହିଥିବା ବେଳେ ସଂଧ୍ୟାରେ ମଧ୍ୟ ଝିପି ଝିପି ବର୍ଷା ଲାଗି ରହିଥିବା ଦେଖିବାକୁ ମିଳିଥିଲା । ଗୁରୁବାର ଦିନ ଦେଓଗାଁ ବ୍ଲକରେ ୮୫ ମିଲି ମିଟିର ବର୍ଷା ହୋଇଥିବା ସରକାରୀ ରେକର୍ଡରୁ ଜଣାପଡିଛି । ବର୍ଷା ଯୋଗୁଁ ରାସ୍ତା-ଘାଟ, ନଦୀ-ନାଳ ସବୁଆଡେ ପାଣି ଭରି ରହିଛି । କେଉଁଠି ରାସ୍ତାରେ ଆଣ୍ଠୁଏ ପାଣି ଯାଉଥିବା ବେଳେ କେଉଁଠି ଜମି, ବିଲରେ ପାଣି ଲହଡ଼ି ମାରୁଛି । ବ୍ଲକର ଛୋଟ ବଡ଼ ମୋଟ ପ୍ରାୟ ସମସ୍ତ ଜୋରରେ ପ୍ରଚୁର ପାଣି ଆସୁଥିବାରୁ ଗ୍ରାମାଞ୍ଚଳର ଲୋକ ଜୋର/ପୋଲ ଦେଇ ଯିବା ଆସିବା କରି ପାରୁନାହାନ୍ତି । ଏହାସହ ଲଘୁଚାପ ଜନିତ ଲଗାଣ ବର୍ଷାରେ ଦେଓଗାଁ ବ୍ଲକର ପଶ୍ଚିମରୁ ପୂର୍ବ ଦିଗରେ ଥିବା ସମସ୍ତ ଚାଷ ଜମି ଜଳାର୍ଣ୍ଣବ ହେତୁ ଚାଷୀ ଆତଙ୍କିତ ଅଛନ୍ତି । ଏବେ ଜମିର ପ୍ରାୟ ୨/୩ଫୁଟ ଉଚ୍ଚରେ ବର୍ଷା ଜଳ ଜମି ରହିଛି । ଏହି ବର୍ଷାରେ ଦେଓଗାଁ ତହସିଲ ଅଞ୍ଚଳର କିଛି ଲୋକଙ୍କ ଘର ଭାଙ୍ଗିଥିବା ନେଇ ସୁରାକ ଥିବା ବେଳେ ଅଭିଯୋଗ ଏବଂ ତଦନ୍ତ ପରେ ସଠିକ୍ ଭାବେ ଏହା ଜଣାପଡ଼ିବ ବୋଲି ତହସିଲଦାରଙ୍କ ନିକଟରୁ ସୂଚନା ମିଳିଛି । ଏହାସହ ବିଭିନ୍ନ ଗାଁରେ ଡ୍ରେନେଜ୍ ବ୍ୟବସ୍ଥା ନ ଥିବାରୁ ବର୍ଷା ପାଣି ଘରକୁ ପଶୁଛି । ସେହିପରି କୁତୁର୍ଲା ପଂଚାୟତର ମୁରସିଂହ ଗାଁଠାରୁ ସିକୁଆଁ ଗାଁକୁ ଯାଇଥିବା ପ୍ରଧାନମନ୍ତ୍ରୀ ରାସ୍ତାରେ ପ୍ରବଳ ପାଣି ଥିବାରୁ ଉଭୟ ଗାଁର ଲୋକମାନେ ଯିବା ଆସିବା କରିବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ଏହି ରାସ୍ତାରେ ପାଣି ଯାଉଥିବାରୁ ସାଧାରଣ ଜୀବନଯାତ୍ରା ବ୍ୟାଘାତ ଘଟିଛି । ବିଭିନ୍ନ ସ୍ଥାନରେ ଗଛପଡ଼ି ଥିବାରୁ ବିଦ୍ୟୁତ ସରବରାହ ମଧ୍ୟ ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଛି । ସେହିପରି ଦେଓଗାଁ ବ୍ଲକ ଘୁଡଖାପଲା ଡ୍ୟାମର ପାଣି ନିକଟସ୍ଥ ବରିହାପାଲି ଗାଁକୁ ଆସିଥିବାରୁ ସେଠାକୁ ତହସିଲ ପକ୍ଷରୁ ପହଞ୍ଚି ଗାଁର ୧୦/୧୨ଟି ପରିବାରକୁ ଖାଦ୍ୟ ବଣ୍ଟନ କରାଯାଇଥିଲା । ଦେଓଗାଁରୁ ବ୍ଲକ ରାସ୍ତା ବ୍ଲକ ଛକ ସ୍ଥିତ ରେଲୱେ ଓଭର ବ୍ରିଜ୍ ତଳେ ଏବଂ ହାତୀସରା ପଞ୍ଚାୟତ ନାଇକେନଶିରା ଗାଁର ରେଲୱେ ଓଭର ବ୍ରିଜ ତଳେ ପାଣି ଜମା ରହିଥିବାରୁ କିଛି ସମୟ ପାଇଁ ଲୋକଙ୍କ ଯିବା ଆସିବା ଠପ୍ ହୋଇ ଯାଇଥିଲା । ବ୍ଲକର ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିଥିବାରୁ ଲୋକଙ୍କ ଯାତାୟତରେ ଅସୁବିଧା ଦେଖାଦେଇଛି ।

Leave A Reply

Your email address will not be published.