om academy

ଲଗାଣ ବର୍ଷାରେ ଭାଙ୍ଗିଲା ଘର, ସରକାରୀ ସହାୟତା ଦାବୀ

jsm

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ସନ୍ଧ୍ୟାରୁ ଲଗାଣ ବର୍ଷା ଯୋଗୁଁ ଦେଓଗାଁ ବ୍ଲକର ବିଭିନ୍ନ ଗାଁରେ ଘର ଭାଙ୍ଗିଥିବା ଜଣାପଡିଛି । କୁଲୁତାପଡା ପଞ୍ଚାୟତ ଖଇରମାଲ ଗାଁର ଧନେଶ୍ଵର ପଧାନ, ଉଡାର ପଞ୍ଚାୟତ ଲୁହୁରେନପାଲି ଗାଁର ବିରଞ୍ଚି ପୁଟା, ବନ୍ଦେ ପୂଟାଙ୍କ ଘର ଭାଙ୍ଗିଥିବା ଜଣାପଡିଛି । ଏହାସହ ଖଇରଗୁରା, ଗୁଡଖାପଲା ସହ ଦେଓଗାଁ ବ୍ଲକର ବହୁତ୍ ଗାଁରେ ଲୋକଙ୍କ ଘର କ୍ଷୟକ୍ଷତି ହୋଇଥିବା ଖରବ ମିଳିଥିବା ବେଳେ ତହସିଲଦାରଙ୍କ ପକ୍ଷେ କୌଣସି ସୂଚନା ମିଳିନାହିଁ । ଲୋକଙ୍କ ଅଭିଯୋଗ ଆସିବା ଓ ତଦନ୍ତ ପରେ ଘର ଭଙ୍ଗା ନେଇ ସଠିକ୍ ସୂଚନା ମିଳିବ ବୋଲି ଦେଓଗାଁ ତହସିଲଦାର ଯୁଗଳ କିଶୋର ବିଶ୍ଵାଳ ମତ ପ୍ରକାଶ କରିଛନ୍ତି । ସେହିପରି ବଲାଙ୍ଗିର ସଦର ବ୍ଲକ କୁଡ଼ାସିଂହା ଗାଁର କମଳା ପୁଟେଲଙ୍କ ଘର ମଧ୍ୟ ଭାଙ୍ଗି ଥିବା ଜଣାପଡିଛି । ତେଣୁ ଘର ଭାଙ୍ଗିଥିବା ଲୋକଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ଦାବୀ ହେଉଛି ।

ପ୍ରକାଶ ଯେ, ଗତ ଜୁଲାଇ ମାସରେ ୪୪୨ ମିମି ଏବଂ ଅଗଷ୍ଟ ମାସରେ ୩୨୩ ମିମି ବର୍ଷା ପରେ ଚଳିତ ସେପ୍ଟେମ୍ବର ମାସରେ ଭଲ ବର୍ଷା ହୋଇ ନ ଥିଲା । ହେଲେ ଲଗାଣ ବର୍ଷା ଯୋଗୁଁ ଚାରିଆଡ଼େ ପାଣି ଭରି ଯାଇଛି । ବୁଧବାର ଗୁରୁବାର ଦୁଇ ଦିନରେ ୧୦୦ ମିମିରୁ ଅଧିକ ବର୍ଷା ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.