pakka

ମ.ରାମପୁର ଔଷଧ ବ୍ୟବସାୟୀ ସଂଘର ବୈଠକ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲାର ମ.ରାମପୁର ଠାରେ ଔଷଧ ବ୍ୟବସାୟୀ ସଂଘ ସଦସ୍ୟଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ସଭାପତି ତଥା ପଶ୍ଚିମ ଓଡ଼ିଶା ସଂପାଦକ ଆଶୋକ କୁମାର ରାଉତ ଯୋଗ ଦେଇ ସଂଘର ଆଗାମୀ ଦିନର କାର୍ଯ୍ୟ ପନ୍ଥା ଉପରେ ଆଲୋଚନା କରିଥିଲେ । ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସଂଘ ସଦସ୍ୟ ମର୍ଦ୍ଧ ରାଜ ସ୍ୱାଇଁ, ଭାରତ ଭୂଷଣ ଜୈନ, ଅମିତ୍ କୁମାର୍ ଅଗ୍ରୱାଲ (ପପୁ), ଦିଲ୍ଲୀପ କୁମାର ଅଗ୍ରୱାଲ, ରୋହିତ ସାହୁ, ସନ୍ତୋଷ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏଥିରେ ମ.ରାମପୁର, ମଦନପୁର, ମୋହନଗିରୀ, ସାଇ ଦଲଙ୍ଗାରୁ ସଂଘ ସଦସ୍ୟମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.

10 + 4 =