pakka

ପାଟଣାଗଡ଼ ବିଜେପି ପକ୍ଷରୁ ରାଜଖମାରରେ ଡା. ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବିଜେପି ପକ୍ଷରୁ ରାଜଖମାରରେ ଠାରେ ଡା. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ସ୍ମୃତିରେ ବଳିଦାନ ଦିବସ ପାଳିତ ହୋଇଯାଇଛି । ସାଂସଦ ସଂଗୀତା ସିଂଦେଓ ମୁଖ୍ୟ ଅତିଥି, ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରଥମେ ସ୍ୱର୍ଗତ ଶ୍ୟାମା ପ୍ରସାଦଙ୍କ ଫୋଟୋ ଚିତ୍ରରେ ଦୀପ ପ୍ରଜ୍ୱଳନ ସହ ପୁଷ୍ପାମାଲ୍ୟ ଅର୍ପଣ କରିଥିଲେ । ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଡା. ମୁଖାର୍ଜୀଙ୍କ ସଂଗ୍ରାମ ବିଚାରଧାରା ଓ କାର୍ଯ୍ୟଶୈଳି ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପାଟଣାଗଡ଼ ବିଜେପିର ନଗର ସଭାପତି ମୁନା ମହାନ୍ତି, ପ୍ରଦୀପ ବଂଶଲ, ସନ୍ତୋଷ ମେହେର, ରମା ହୋତା, ରାଧେ ଦରୁଆନ, ଅଶୋକ କୁଅଁର, ବଲ୍ଲଭ ଧରୁଆ, ମାଣିକ ସାହୁ ଓ ସୁଶାନ୍ତ ଦାସଙ୍କ ସମେତ ବିଭିନ୍ନ ଅଞ୍ଚଳରୁ ବହୁ ବିଜେପି କର୍ମୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.

20 + 12 =