pakka

ରାଜ୍ୟ ଯାଦବ ବୁଦ୍ଧିଜୀବୀ ମଂଚ କାର୍ଯ୍ୟକାରୀ ବୈଠକ

bbehera
  • ରାଜ୍ୟ ବୁଦ୍ଧିଜୀବୀ ମଂଚ ପ୍ରତିଷ୍ଠା ଦିବସ ଅଗଷ୍ଟରେ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଅମଲା ଭବନ ବଲାଙ୍ଗିର ଠାରେ ରାଜ୍ୟ ଯାଦବ ବୁଦ୍ଧିଜୀବୀ ମଂଚର କାର୍ଯ୍ୟକାରୀ ସଦସ୍ୟ ଏବଂ କର୍ମକର୍ତ୍ତାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ରାଜ୍ୟ ସଭାପତି ଛବିଳ ବଗର୍ତ୍ତି ଅଧ୍ୟକ୍ଷତା କରିଥିଲେ ଏବଂ ବଲାଙ୍ଗିର ଜିଲ୍ଲା ସଭାପତି ବିରେନ୍ଦ୍ର କୁମାର ବନ୍‌ଛୋର ସଭା ପରିଚାଳନା କରିଥିଲେ । ରାଜ୍ୟ ଆବାହକ ଧୁବଳେଶ୍ୱର ନାଗ ଆଗାମୀ ଦିନର କାର୍ଯ୍ୟପନ୍ଥା ସମ୍ବନ୍ଧରେ ସବିଶେଷ ସୂଚନା ପ୍ରଦାନ କରିଥିଲେ । ସଭାରେ ଉପସ୍ଥିତ ସଭ୍ୟ ଓ ସଭ୍ୟାମାନଙ୍କର ସବିଶେଷ ଆଲୋଚନା ପରେ ଭୁବନେଶ୍ୱର ଠାରେ ମଂଚର ରାଜ୍ୟ କାର୍ଯ୍ୟାଳୟ ଆସନ୍ତା ଜୁଲାଇ ମାସରେ ଦ୍ୱିତୀୟ ସପ୍ତାହରେ ଉଦ୍‌ଘାଟନ କରିବା ପାଇଁ ନିଷ୍ପତ୍ତି ନିଆଗଲା । ତତ୍‌ ସଙ୍ଗେ ସଙ୍ଗେ ରାଜ୍ୟ ବୁଦ୍ଧିଜୀବୀ ମଂଚର ପ୍ରତିଷ୍ଠା ଦିବସ ଆସନ୍ତା ଅଗଷ୍ଟ ମାସର ୨୯ ତାରିଖରେ ମହାଆଡମ୍ବରରେ ଭବାନୀପାଟଣାର ପୌରାଞ୍ଚଳର ଅଧ୍ୟକ୍ଷା ସଂଯୁକ୍ତା ବେହେରାଙ୍କୁ ମଂଚ ତରଫରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଉକ୍ତ ବୈଠକରେ ବେଲପଡା, ସିଡିପିଓ ମୃଣ୍ମୟୀ ଭୋଇ, ଆଇନଜୀବୀ ଇଲା ସେଲମା ନାଏକ, ଅଧ୍ୟାପକ ପ୍ରତିମା ହେର୍ଣ୍ଣା, ଅଧ୍ୟାପକ ଦିବାକର ପୋଡ, ଅଧ୍ୟାପକ କବିରାଜ ଭୋଇ, ଅଧ୍ୟାପକ ଶ୍ରବଣ କୁମାର ଖୁଣ୍ଡ, ଅଧ୍ୟାପକ ଦିଲେଶ୍ୱର ନିଆଲ, ଅଧ୍ୟାପକ ଜ୍ୟୋତିର୍ଣ୍ଣ ବନଛୋର, ଆଇନଜୀବୀ ତପନ ଯୁଆଡି, ପୌରାଞ୍ଚଳ ସଭାପତି ପଙ୍କଜ ସେଲମା, ଘାସିରାମ ଦିପ, ଆକୁଳ ବଗର୍ତ୍ତି, ବେଣୁଧର ହାତୀ, ବିନୋଦ କାଲସାଏ, ମକରଧ୍ୱଜ କାଲସାଏ, ଆଇନଜୀବୀ ରାଜେଶ ଦିପ, ଅଧ୍ୟାପକ ସତ୍ୟ ବଗର୍ତ୍ତି, ପ୍ରଶାନ୍ତ ମହାକୁର, ଅଷ୍ଟମୀ ବଗର୍ତ୍ତି, ଦୁତିବାହାଲ ଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ କୋଷାଧ୍ୟକ୍ଷ ସୁଧାଂଶୁ ଶେଖର ନାଗ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

two + fourteen =