pakka

ବାହାଘର ଭୋଜି ହେଲା କାଳ : ପୋଖରୀରେ ବୁଡି ନାବାଳିକା ମୃତ, ୨ ଗୁରୁତର

bbehera

ଜଳେଶ୍ୱର : ବନ୍ଧୁ ଘରକୁ ବିବାହ ଭୋଜି ଖାଇବାକୁ ଆସି ତିନି ନାବାଳିକା ପୋଖରୀରେ ଗାଧୋଉଥିବା ସମୟରେ ପାଣିରେ ବୁଡ଼ିଯାଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଥିବା ଜଣାପଡିଛି । ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ରେମୁ ଗ୍ରାମର ଗଦାଧର ଜେନାଙ୍କ ଘରେ ଅନୁଷ୍ଠିତ ହୋଇଥିବା ବିବାହ ଭୋଜିରେ ଯୋଗ ଦେବାକୁ ସମ୍ପର୍କୀୟମାନେ ଆସିଥିଲେ । ଆଜି ସକାଳେ ଲେଙ୍ଗଳେଶ୍ୱର ଗ୍ରାମର ଅନନ୍ୟା ପାତ୍ର, କାଳନ୍ଦା ଗ୍ରାମର ଜୟଲକ୍ଷ୍ମୀ ପରିଡା, କାଠଶଗଡ଼ିଆ ଗ୍ରାମର କାମିନୀ ପାତ୍ର ଘର ପାଖ ପୋଖରୀକୁ ଗାଧେଇବା ପାଇଁ ଯାଇଥିଲେ । ଅସାବଧାନତା ବଶତଃ ତିନିଜଣ ପୋଖରୀରେ ବୁଡି ଯାଇଥିଲେ । ତେବେ ପରିବାର ଲୋକେ ଜାଣି ପାରି ସେମାନଙ୍କୁ ଉଦ୍ଧାର କରି ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ମାତ୍ର ସେଠାରେ ସେମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟା ପନ୍ନ ହେବାରୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତରିତ କରାଯାଉଥିବା ବେଳେ ରାସ୍ତାରେ କାମିନୀ ପାତ୍ରଙ୍କର ମୃତ୍ୟୁ ଘଟିଥିଲା ।

Leave A Reply

Your email address will not be published.

four × 5 =