jayashree

ଗରିମା ପରିବାରର ଶ୍ରେଷ୍ଠ ଓଡ଼ିଆଣୀ ସିଜିନ୍ ୪ ଆସନ୍ତା ୩୧ ଓ ୧ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ଗରିମା ପରିବାରର ଶ୍ରେଷ୍ଠ ଓଡ଼ିଆଣୀ ସିଜିନ ୪ କାର୍ଯ୍ୟକ୍ରମ ଆସନ୍ତା ଅକ୍ଟୋବର ୩୧ ଓ ନଭେମ୍ବର ୧ ତାରିଖରେ ହେବ ବୋଲି ସୂଚନା ମିଳିଛି । ପାନ୍ଥନିବାସ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନ ତରଫରୁ ସାମ୍ବାଦିକ ମାନଙ୍କୁ ସୂଚନା ଦିଆଯାଇ କୁହାଯାଇଛି ଯେ, ଚଳିତ ମାସ ଆସନ୍ତା ୩୧ ତାରିଖ ଦିନ ଓ ନଭେମ୍ବର ମାସ ୧ ତାରିଖ ଦିନ ଦୁଇଟି ପର୍ଯ୍ୟାୟରେ ମହିଳା ମାନଙ୍କ ମଧ୍ୟରେ ଓଡ଼ିଆ ସଂସ୍କୃତି ଓ ପରମ୍ପରା ଉପରେ ପ୍ରତିଯୋଗିତା କରାଯିବ । ୩୧ ତାରିଖ ଦିନ ପରିଚୟ, ତୁଳସୀ ପୂଜା, ଟ୍ୟାଲେଣ୍ଟ ଓ ପ୍ରଶ୍ନୋତ୍ତରୀ ଅଡିସନ ରହିଥିବାବେଳେ ନଭେମ୍ବର ୧ ତାରିଖ ଦିନ ରୋଷେଇ ପ୍ରତିଯୋଗିତା କରାଯିବ । ପ୍ରତିଯୋଗୀମାନେ ଘରୁ ଗୋଟିଏ ଲୁଣି ଓ ଗୋଟିଏ ମିଠା ଖାଦ୍ୟ ପ୍ରସ୍ତୁତ କରିଆଣିବେ । ଏହି ପ୍ରତିଯୋଗିତା ଗୁଡିକ ପାନ୍ଥନିବାସ ଠାରେ ଅନୁଷ୍ଠିତ ହେବ । ବିଚାରକ ଭାବେ ମାଷ୍ଟର ସେଫ୍ ଭାବେ ପ୍ରସିଦ୍ଧ ଲାଭ କରିଥିବା ଅଞ୍ଜୁ ଓ ମଞ୍ଜୁ ଯୋଗଦେଇ ମୂଲ୍ୟାଙ୍କନ କରିବେ । ସେହିପରି ନଭେମ୍ବର ୧୬ ତାରିଖ ଦିନ ସିଭିକ ସେଣ୍ଟର ଠାରେ ଗ୍ରାଣ୍ଡ ଫିନାଲେ କରାଯିବ । ଏହି କାର୍ଯ୍ୟକ୍ରମରେ ଓଡିଆ ଚଳଚ୍ଚିତ୍ର ଅଭିନେତ୍ରୀ ଉଷସୀ ମିଶ୍ର ଯୋଗଦେଇ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରିବେ । ପ୍ରାରମ୍ଭରେ ଅନୁଷ୍ଠାନର ସମ୍ପାଦକ ଡ଼ଃ. ସରିତା ମଲ୍ଲ ସ୍ୱାଗତ ଭାଷଣ ଓ ସଭାପତି ମମତା ନାୟକ ଅନୁଷ୍ଠାନର ତଥା କାର୍ଯ୍ୟକ୍ରମର ସଂଯୋଜକ ସୁମିତା ମହାନ୍ତି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଉପଦେଷ୍ଟା ଶଙ୍କର ଜେନା, ରଶ୍ମିତ ସାହାଣୀ, ଅଧ୍ୟକ୍ଷ ନିହାରିକା ବସ୍ତିଆ, ପ୍ରଣତୀ ପଟ୍ଟନାୟକ, ରେବତୀ ବାରିକ, ଶର୍ମିଲା ରାଜଗୁରୁ, ଶାନ୍ତିଲତା ବାରିକ, ଶଙ୍ଖରିନା ପ୍ରଧାନ, ଲୀନା ତ୍ରିପାଠୀ, ରଶ୍ମିତା ଚୌଧୁରୀ, ଦେବସ୍ମିତା ଶତପଥୀ, ତପସ୍ଵିନୀ ପାତ୍ର, ଶୁଭଲକ୍ଷ୍ମୀ ପାତ୍ର, ରଶ୍ମି ନାୟକ, ଅଞ୍ଜୁ ପାଣ୍ଡେ, ମଞ୍ଜୁରାଣୀ ମେହେର, ଗୁଲଟି ପ୍ରଧାନ, ରଞ୍ଜିତା ଶତପଥୀ, ମନବତୀ ସାହୁ, ରିମି ଚକ୍ରବର୍ତ୍ତୀ, ମୀନତି ମୋଦୀ, ସୁନିତା ଶ୍ରୀନିବାସନ, ମୀନାକ୍ଷୀ ପାଢ଼ୀ, ଗାୟତ୍ରୀ ମହାନ୍ତି, ମୋନାଲିସା ସାହୁ ପ୍ରମୁଖ ଉପସ୍ଥିତ ଥିଲାବେଳେ ଶେଷରେ ବିଷ୍ଣୁପ୍ରିୟା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଉପସ୍ଥିତ ସମସ୍ତ ସାମ୍ବାଦିକ ତଥା ସହଯୋଗୀ ମାନଙ୍କୁ ସମ୍ମାନିତ କରାଯାଇଥିଲା ।

Leave A Reply

Your email address will not be published.