jayashree

ରାଉରକେଲାରେ ନାଗରା ତାନ୍ତୀ ସମାଜର ଭବ୍ୟ ‘ନୂଆଖାଇ ଭେଟଘାଟ-୨୦୨୬’ ଉତ୍ସବ ଆୟୋଜିତ

  • ଗୁଣ୍ଡିଚା ମନ୍ଦିରରୁ ଢୋଲନିଶାଣ ବଜାଇ ବାହାରିଲା ବିଶାଳ ଶୋଭାଯାତ୍ରା, ପାରମ୍ପରିକ ବେଶଭୂଷାରେ ସାମିଲ ହେଲେ ସମାଜର ଲୋକେ; ସଂସ୍କୃତି ଓ ସାମାଜିକ ଏକତାର ବାର୍ତ୍ତା ଦେଲେ ରାଉରକେଲାରେ ନାଗରା ତାନ୍ତୀ ସମାଜର ଭବ୍ୟ ‘ନୂଆଖାଇ ଭେଟଘାଟ-୨୦୨୬’ ଉତ୍ସବ ଆୟୋଜିତ ।
  • ଗୁଣ୍ଡିଚା ମନ୍ଦିରରୁ ଢୋଲନିଶାଣ ବଜାଇ ବାହାରିଲା ବିଶାଳ ଶୋଭାଯାତ୍ରା, ପାରମ୍ପରିକ ବେଶଭୂଷାରେ ସାମିଲ ହେଲେ ସମାଜର ଲୋକେ; ସଂସ୍କୃତି ଓ ସାମାଜିକ ଏକତାର ବାର୍ତ୍ତା ଦେଲେ ।

ରାଉରକେଲା, (କେପିଏନ୍‌ଏସ୍‌) : ରାଉରକେଲା ଭଞ୍ଜ ଭବନ ପରିସରରେ କେନ୍ଦ୍ରୀୟ କମିଟି ନାଗରା ତାନ୍ତୀ ସମାଜ ପକ୍ଷରୁ ପାରମ୍ପରିକ ତଥା ସାଂସ୍କୃତିକ ପର୍ବ ‘ନୂଆଖାଇ ଭେଟଘାଟ-୨୦୨୬’ ମହାଆଡ଼ମ୍ବରରେ ଆନନ୍ଦ ଓ ଉଲ୍ଲାସର ସହିତ ଆୟୋଜିତ ହୋଇଯାଇଛି । ଏହି ଅବସରରେ ସମଗ୍ର ସମାଜ ମଧ୍ୟରେ ଉତ୍ସାହ, ଆନନ୍ଦ ଓ ଭାଇଚାରାର ଏକ ସୁନ୍ଦର ପରିବେଶ ଦେଖିବାକୁ ମିଳିଥିଲା । କାର୍ଯ୍ୟକ୍ରମର ଶୁଭାରମ୍ଭ ରାଉରକେଲାର ପ୍ରସିଦ୍ଧ ଗୁଣ୍ଡିଚା ମନ୍ଦିରରୁ ହୋଇଥିଲା । ଏଠାରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଢୋଲନିଶାଣ ବଜାଇ ସମାଜର ଲୋକମାନେ ଏକ ବିଶାଳ ଶୋଭାଯାତ୍ରା ବାହାର କରିଥିଲେ । ଏହି ଶୋଭାଯାତ୍ରାରେ ମହିଳା, ପୁରୁଷଙ୍କ ସମେତ ସମାଜର ବିଭିନ୍ନ ବର୍ଗର ଲୋକେ ବହୁ ସଂଖ୍ୟାରେ ସାମିଲ ହୋଇଥିଲେ । ପାରମ୍ପରିକ ବେଶଭୂଷା, ଢୋଲନିଶାଣର ଗୁଞ୍ଜନ ଏବଂ ସାଂସ୍କୃତିକ ଉତ୍ସାହରେ ଭରପୂର ଏହି ଶୋଭାଯାତ୍ରା ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ପାଲଟିଥିଲା । ଶୋଭାଯାତ୍ରାଟି ଭବ୍ୟ ଭାବେ ଭଞ୍ଜ ଭବନ ପରିସରରେ ପହଞ୍ଚିବା ପରେ ଉପସ୍ଥିତ ଲୋକମାନେ ପରସ୍ପରକୁ ଆନନ୍ଦର ସହିତ ସ୍ୱାଗତ କରିଥିଲେ । ଏହି ବିଶେଷ ଅବସରରେ ରଘୁନାଥପାଲି ବିଧାନସଭା କ୍ଷେତ୍ରର ଭାରତୀୟ ଜନତା ପାର୍ଟି ବିଧାୟକ ଦୁର୍ଗାଚରଣ ତାନ୍ତୀ, ନାଗରା ତାନ୍ତୀ ସମାଜର ସଭାପତି ସନ୍ତୋଷ କୁମାର ତାନ୍ତୀ, ସାଧରଣ ସମ୍ପାଦକ ଉପେନ୍ଦ୍ର ପାତ୍ର ଏବଂ ପ୍ରଫୁଲ୍ଲ ସୁନାନୀଙ୍କୁ ସମାଜ ପକ୍ଷରୁ ଉତ୍ତରୀୟ, ପୁଷ୍ପମାଲ୍ୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ଭବ୍ୟ ସ୍ୱାଗତ ଓ ସମ୍ମାନିତ କରାଯାଇଥିଲା ।
ଏହାପରେ ମା’ ସମଲେଶ୍ୱରୀଙ୍କ ସମ୍ମୁଖରେ ଦୀପ ପ୍ରଜ୍ୱଳନ ଓ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମର ବିଧିବଦ୍ଧ ଶୁଭାରମ୍ଭ କରାଯାଇଥିଲା । ଏହି ଅବସରରେ ସମାଜର ସମସ୍ତ ସଦସ୍ୟ ନିଜର ପରମ୍ପରା, ସାଂସ୍କୃତିକ ଐତିହ୍ୟ ଓ ସାମାଜିକ ଏକତାକୁ ଅକ୍ଷୂର୍ଣ୍ଣ ରଖିବା ପାଇଁ ସଂକଳ୍ପବଦ୍ଧ ହୋଇଥିଲେ । ନୂଆଖାଇ ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖଭଞ୍ଜ ଭବନ ପରିସରରେ କେନ୍ଦ୍ରୀୟ କମିଟି ନାଗରା ତାନ୍ତୀ ସମାଜ ପକ୍ଷରୁ ପାରମ୍ପରିକ ତଥା ସାଂସ୍କୃତିକ ପର୍ବ ‘ନୂଆଖାଇ ଭେଟଘାଟ-୨୦୨୬’ ମହାଆଡ଼ମ୍ବରରେ ଆନନ୍ଦ ଓ ଉଲ୍ଲାସର ସହିତ ଆୟୋଜିତ ହୋଇଯାଇଛି । ଏହି ଅବସରରେ ସମଗ୍ର ସମାଜ ମଧ୍ୟରେ ଉତ୍ସାହ, ଆନନ୍ଦ ଓ ଭାଇଚାରାର ଏକ ସୁନ୍ଦର ପରିବେଶ ଦେଖିବାକୁ ମିଳିଥିଲା । କାର୍ଯ୍ୟକ୍ରମର ଶୁଭାରମ୍ଭ ରାଉରକେଲାର ପ୍ରସିଦ୍ଧ ଗୁଣ୍ଡିଚା ମନ୍ଦିରରୁ ହୋଇଥିଲା । ଏଠାରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଢୋଲନିଶାଣ ବଜାଇ ସମାଜର ଲୋକମାନେ ଏକ ବିଶାଳ ଶୋଭାଯାତ୍ରା ବାହାର କରିଥିଲେ । ଏହି ଶୋଭାଯାତ୍ରାରେ ମହିଳା, ପୁରୁଷଙ୍କ ସମେତ ସମାଜର ବିଭିନ୍ନ ବର୍ଗର ଲୋକେ ବହୁ ସଂଖ୍ୟାରେ ସାମିଲ ହୋଇଥିଲେ । ପାରମ୍ପରିକ ବେଶଭୂଷା, ଢୋଲନିଶାଣର ଗୁଞ୍ଜନ ଏବଂ ସାଂସ୍କୃତିକ ଉତ୍ସାହରେ ଭରପୂର ଏହି ଶୋଭାଯାତ୍ରା ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ପାଲଟିଥିଲା । ଶୋଭାଯାତ୍ରାଟି ଭବ୍ୟ ଭାବେ ଭଞ୍ଜ ଭବନ ପରିସରରେ ପହଞ୍ଚିବା ପରେ ଉପସ୍ଥିତ ଲୋକମାନେ ପରସ୍ପରକୁ ଆନନ୍ଦର ସହିତ ସ୍ୱାଗତ କରିଥିଲେ । ଏହି ବିଶେଷ ଅବସରରେ ରଘୁନାଥପାଲି ବିଧାନସଭା କ୍ଷେତ୍ରର ଭାରତୀୟ ଜନତା ପାର୍ଟି ବିଧାୟକ ଦୁର୍ଗାଚରଣ ତାନ୍ତୀ, ନାଗରା ତାନ୍ତୀ ସମାଜର ସଭାପତି ସନ୍ତୋଷ କୁମାର ତାନ୍ତୀ, ସାଧାରଣ ସମ୍ପାଦକ ଉପେନ୍ଦ୍ର ପାତ୍ର ଏବଂ ପ୍ରଫୁଲ୍ଲ ସୁନାନୀଙ୍କୁ ସମାଜ ପକ୍ଷରୁ ଉତ୍ତରୀୟ, ପୁଷ୍ପମାଲ୍ୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ଭବ୍ୟ ସ୍ୱାଗତ ଓ ସମ୍ମାନିତ କରାଯାଇଥିଲା । ଏହାପରେ ମା’ ସମଲେଶ୍ୱରୀଙ୍କ ସମ୍ମୁଖରେ ଦୀପ ପ୍ରଜ୍ୱଳନ ଓ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମର ବିଧିବଦ୍ଧ ଶୁଭାରମ୍ଭ କରାଯାଇଥିଲା । ଏହି ଅବସରରେ ସମାଜର ସମସ୍ତ ସଦସ୍ୟ ନିଜର ପରମ୍ପରା, ସାଂସ୍କୃତିକ ଐତିହ୍ୟ ଓ ସାମାଜିକ ଏକତାକୁ ଅକ୍ଷୂର୍ଣ୍ଣ ରଖିବା ପାଇଁ ସଂକଳ୍ପବଦ୍ଧ ହୋଇଥିଲେ ।

Leave A Reply

Your email address will not be published.