jayashree

ଜାତୀୟ ୪୫ତମ ଖୋ-ଖୋ ଖେଳିବେ ବଲାଙ୍ଗିରର ଝିଅ ଚାନ୍ଦିନୀ ଜାଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଇଁ ଗର୍ବ ଓ ଗୌରବର ମୁହୂର୍ତ୍ତ । ବଲାଙ୍ଗିର ଜିଲ୍ଲାର ଲୋଇସିଂହା ବ୍ଲକ ଉପରବାହାଲର ଝିଅ ଚାନ୍ଦିନୀ ଜାଲ ଓଡ଼ିଶା ଜୁନିୟର ବାଳିକା ଖୋ-ଖୋ ଦଳରେ ସ୍ଥାନ ପାଇ ୪୫ତମ ଜୁନିୟର ଜାତୀୟ ଖୋ-ଖୋ ଚମ୍ପିୟନସିପ୍‌ରେ ଅଂଶଗ୍ରହଣ କରୁଛନ୍ତି । ନଭେମ୍ବର ୨୧ ରୁ ୨୫ ତାରିଖ ପର୍ଯ୍ୟନ୍ତ ଗୁଜରାଟର ଭଡୋଦରାଠାରେ ଏହି ଜାତୀୟ ପ୍ରତିଯୋଗିତା ଆୟୋଜିତ ହେଉଛି । ଚାନ୍ଦିନୀଙ୍କ ଏହି ସଫଳତା କେବଳ ତାଙ୍କ ପରିବାର ପାଇଁ ନୁହେଁ, ସମଗ୍ର ବଲାଙ୍ଗିର ଜିଲ୍ଲା ତଥା କ୍ରୀଡାପ୍ରେମୀଙ୍କ ପାଇଁ ଏକ ଗର୍ବର ବିଷୟ । ଜାତୀୟ ସ୍ତରରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଥିବା ଚାନ୍ଦିନୀଙ୍କ ଏହି କ୍ରୀଡା ଯାତ୍ରା ଜିଲ୍ଲାର ଅନ୍ୟ ଯୁବ କ୍ରୀଡାବିତ୍‌ମାନଙ୍କ ପାଇଁ ମଧ୍ୟ ପ୍ରେରଣାଦାୟୀ । ଏହି ଗୌରବମୟ ସଫଳତା ପାଇଁ ଜିଲ୍ଲା କ୍ରୀଡା ସଂସଦ, ବଲାଙ୍ଗିର ପକ୍ଷରୁ ଚାନ୍ଦିନୀ ଜାଲଙ୍କୁ ହୃଦୟଭରା ଶୁଭେଚ୍ଛା, ଅଭିନନ୍ଦନ ଓ ଧନ୍ୟବାଦ ଅର୍ପଣ କରାଯାଉଛି । ତାଙ୍କର ଉତ୍କୃଷ୍ଟ ପ୍ରଦର୍ଶନ, ଆତ୍ମବିଶ୍ୱାସ ଓ ଖେଳ ପ୍ରତି ସମର୍ପଣ ଓଡ଼ିଶାକୁ ଗୌରବାନ୍ୱିତ କରୁ ଏବଂ ଆଗାମୀ ଦିନରେ ସେ ଆହୁରି ଉଚ୍ଚ ସଫଳତା ହାସଲ କରନ୍ତୁ ବୋଲି ଜିଲ୍ଲା କ୍ରୀଡା ସଂସଦ କାମନା କରୁଛି । ଚାନ୍ଦିନୀଙ୍କ ଏହି ସଫଳତା ଆମ ବଲାଙ୍ଗିରର ଗର୍ବ, ଆମ ଓଡ଼ିଶାର ଗୌରବ ।

Leave A Reply

Your email address will not be published.