
ରାଉରକେଲା, (ସସ୍ମିତା ପ୍ରଧାନ) : ବାସନ୍ତୀ କଲୋନୀ ସ୍ଥିତ ଡି.ଏ.ଭି. ପବ୍ଲିକ୍ ସ୍କୁଲର ୩୭ତମ ପ୍ରତିଷ୍ଠା ଦିବସ ଶନିବାର ଅତ୍ୟନ୍ତ ଆଡମ୍ବର ସହକାରେ ପାଳିତ ହୋଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଏ.ଡି.ଏମ୍., ରାଉରକେଲା ଏମ୍. ଏସ୍. ଧୀନା ଦସ୍ତଗିର (ଆଇ.ଏ.ଏସ୍), ସି.ଇ.ଓ., ସ୍ମାର୍ଟସିଟି, କମିଶନର, ଆର୍.ଏମ୍.ସି. ଏବଂ ଭି.ସି., ରାଉରକେଲା ଡେଭେଲପମେଣ୍ଟ ଅଥରିଟି ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ପ୍ରଫେସର ଏସ୍.କେ. ପଟେଲ, ଡିନ୍ (ଶିକ୍ଷା), ଏନ୍.ଆଇ.ଟି. ରାଉରକେଲା, ବରିଷ୍ଠ ଏଲ୍.ଏମ୍.ସି. ସଦସ୍ୟ ଏସ୍.କେ. ଯୋଶୀ, ଏଲ୍.ଏମ୍.ସି. ସଦସ୍ୟ ରାଜେଶ ମଲହୋତ୍ରା, ଅଭିଭାବକ ପ୍ରତିନିଧି ସୁରେଶ କୁମାର ଦାସ, ସାଗର ନନ୍ଦିନୀ ଦାଶ ଓ ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ଜସୱିନ୍ଦର କୌର ଉପସ୍ଥିତ ଥିଲେ । ପୂର୍ବତନ ଶିକ୍ଷକ-ଶିକ୍ଷୟିତ୍ରୀ ଅଶୋକ ରାଉତ, ପୁଲିନ ଚନ୍ଦ୍ର ରାଉତରାୟ, ଲଳିତା ପାତ୍ର, ସିୟାରାମ ସାଓ ଓ ପ୍ରତିମା ମଧ୍ୟ ଉପସ୍ଥିତ ଥିଲେ । ଅଧ୍ୟକ୍ଷ ଡଃ. ସମୀର କୁମାର କାନୁନଗୋ ସମସ୍ତ ଅତିଥିଙ୍କୁ ସ୍ୱାଗତ ଜଣାଇଥିଲେ । ଏହି ଅବସରରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସମ୍ବର୍ଦ୍ଧନା ସଭା ଓ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଅଭିଭାବକ ଓ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସହଯୋଗ ପ୍ରଶଂସନୀୟ ଥିଲା ।