jayashree

ବନ୍ଦ ସପକ୍ଷରେ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଆସନ୍ତାକାଲି ଅକ୍ଟୋବର ୮ ତାରିଖ ଓଡ଼ିଶା ବନ୍ଦ ଡାକରାକୁ ସଫଳ କରିବା ପାଇଁ ଲୋଇସିଂହା ନିର୍ବାଚନ ମଣ୍ଡଳୀ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଅଶୋକ କୁମାର ବାରିକ, ଜିଲ୍ଲା ସମ୍ପାଦକ ସରୋଜ ମେଶ୍ୱା ଓ ଭୋଲାନାଥ ମିର୍ଦ୍ଧା ପ୍ରମୁଖ ଓଡ଼ିଶା ବନ୍ଦ ଡାକରାକୁ ସଫଳ କରିବା ପାଇଁ ଆହ୍ବାନ ଦେଇଥିଲେ । ଏମଏମଡିଆର ଅଧିନିୟମକୁ ତୁରନ୍ତ ରଦ୍ଦ କରାଯାଇ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବହିଷ୍କାର ସମେତ ଗିରଫ କରାଯିବା, ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ବହିଷ୍କାର କରିବା ଓ ବନ୍ୟା ବିପନ୍ନଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବା ଦାବିରେ ଅକ୍ଟୋବର ୮ରେ ଆହୁତ ଓଡ଼ିଶା ବନ୍ଦ ଡାକରାକୁ ସଫଳ କରିବା ପାଇଁ ଏହି ସମ୍ମିଳନୀରେ ଆହ୍ବାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଏହି ସାମ୍ବାଦିକ ସମ୍ମିଳନୀରେ ଲୋଇସିଂହା ବ୍ଲକ ୩୩ ନଂ ଜୋନ୍ ସଭାପତି ଚନ୍ଦ୍ର ଶେଖର ସାହୁ ଓ ୩୪ ନଂ ଜୋନ୍ ସଭାପତି ବିନୋଦ କହ୍ନେଇ ଉପସ୍ଥିତ ଥିଲେ ।

Leave A Reply

Your email address will not be published.