csstore

ବ୍ଲକସ୍ତରୀୟ କ୍ରୀଡା ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ

ବରଗଡ଼/ବିଜେପୁର, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ପୁଞ୍ଜିପଥର ହାଇସ୍କୁଲଠାରେ ବ୍ଲକସ୍ତରୀୟ କ୍ରୀଡା ଶିକ୍ଷକ ସମ୍ମିଳନୀ ଆଜି ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ପ୍ରଧାନ ଶିକ୍ଷକ ଚୂଡାମଣି ବଢେଇଙ୍କ ଅଧ୍ୟକ୍ଷତାରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରେଶ କୁମାର ରାଉତରାୟ ମୁଖ୍ୟ ଅତିଥି, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ପାଣ୍ଡେ, କ୍ରୀଡା ଶିକ୍ଷକ ସଂଘର ସଭାପତି ସଚିଦାନନ୍ଦ ପଧାନ, ପୂର୍ବତନ ବ୍ଲକ ସଂପାଦକ ସୁରେନ୍ଦ୍ର ମୋହନ ପଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଚଳିତ ବର୍ଷ ପାଇଁ ବାର୍ଷିକ କ୍ୟାଲେଣ୍ଡର ତଥା ବ୍ଲକସ୍ତରୀୟ କ୍ରୀଡା ପାଇଁ ସ୍ଥାନ ଚୟନ କରାଯାଇଥିଲା । ଦିବଂଗତ ମହବେରନା ହାଇସ୍କୁଲର କ୍ରୀଡା ଶିକ୍ଷକ ଦେବାନନ୍ଦ ସାହୁଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ସ୍କୁଲର ଛାତ୍ରୀମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ବ୍ଲକ ସଂପାଦକ ବିଶିକେଶନ ମେହେର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଫକୀର ମୋହନ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । କ୍ରୀଡା ଶିକ୍ଷକ ସରୋଜ କୁମାର ପୁରୋହିତ ସଭାକୁ ପରିଚାଳନା କରିଥିଲେ । ଏଥିରେ ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରୁ ୨୮ଜଣ କ୍ରୀଡା ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ । ଶେଷରେ ବାଳକୃଷ୍ଣ ପୋଢ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.